ମିଳୁନି ସୁରକ୍ଷା, ପୋଲିସ ଉପରେ ତୁଟୁଛି ଭରସା

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାରେ ବରଗଡ଼ ଏକ ପ୍ରମୁଖ ଜିଲା। ବରଗଡ଼ ସହର ମଧ୍ୟରେ ଜିଲାର ପ୍ରମୁଖ ମୁଖ୍ୟାଳୟ ରହିଛି। ଫଳରେ ସହରକୁ ଜିଲାର ସଦର ମହକୁମା କୁହାଯାଏ। ଏଠାରେ ଜିଲାର ସମସ୍ତ ବିଭାଗର ପ୍ରମୁଖ କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରେ ଜିଲାପାଳ ଏବଂ ଏସ୍‌ପିଙ୍କ କାର୍ଯ୍ୟାଳୟ ମଧ୍ୟ ଅଛି। ହେଲେ ଏଠାରେ ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌, ଚୋରିଠାରୁ ଆରମ୍ଭ କରି ଅପହରଣ, ହତ୍ୟାକାଣ୍ଡ ଭଳି ଆଦି ଅପରାଧ ଘଟିବାର ନଜୀର ରହିଛି। ଏହି ଦୃଷ୍ଟିରୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏଭଳି ଅଭିଯୋଗ କରି ମଙ୍ଗଳବାର ବରଗଡ଼ ନାଗରିକ ମଞ୍ଚ ସ୍ଥାନୀୟ ଟାଉନ ଥାନା ଆଇଆଇସିଙ୍କୁ ଫେରାଦ ହୋଇଥିଲା। ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲଙ୍କୁ ନାଗରିକ ମଞ୍ଚ ଏକ ଦାବିପତ୍ର ପ୍ରଦାନ କରିଛି। ସହରରେ ବଢୁଥିବା ଅପରାଧ ନିୟନ୍ତ୍ରଣ ପାଇଁ ଥାନା ଆଇଆଇସିଙ୍କଠାରେ ଦାବିପତ୍ରରେ ଦାବି କରାଯାଇଛି। ଅନ୍ୟପଟେ ଦାବି ପୂରଣ ନ ହେଲେ ଆସନ୍ତା ୧୬ତାରିଖ ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ନାଗରିକ ମଞ୍ଚ ଚେତାବନୀ ଦେଇଛି।
ବରଗଡ଼ ସହରରେ ଟାଉନ ଏବଂ ସଦର ଭଳି ୨ଟି ଥାନା ରହିଛି। ସେହିପରି ସହର ଉପକଣ୍ଠ ବରାହଗୋଡ଼ାରେ ଗ୍ରାମାଞ୍ଚଳ ଥାନା ରହିଛି। ଏହା ବ୍ୟତୀତ ସହର ମଧ୍ୟରେ ଫାଣ୍ଡି ମଧ୍ୟ ରହିଛି। ସେହିପରି ଦିନ ଓ ରାତି ରାଜପଥ ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାସତ୍ତ୍ୱେ ଦିନ ଦ୍ୱିପ୍ରହରରେ ମୋବାଇଲଠାରୁ ଆରମ୍ଭ କରି ସୁନା ଗହଣା ଲୁଟ୍‌ପାଟ୍‌, ବାଇକ୍‌ଠାରୁ ଆରମ୍ଭ କରି ଘର ମଧ୍ୟରେ ଚୋରି, ସାଧାରଣ ମାରପିଟ୍‌ଠାରୁ ହତ୍ୟାକାଣ୍ଡ ଭଳି ଅପରାଧ ଏଠାରେ ବଢ଼ିବାରେ ଚାଲିଛି। ଏଭଳି ସ୍ଥିତିରେ ସହରବାସୀ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି। ଅପରାଧ ବୃଦ୍ଧି ସମୟରେ ଗୋଟିଏ ପଟେ ତଥାକଥିତ ରାଜନେତା ନୀରବ ଦର୍ଶକ ସାଜିଥିବାବେଳେ ଅନ୍ୟପଟେ ନାଗରିକ ମଞ୍ଚର ଅପରାଧ ନିୟନ୍ତ୍ରଣ ଦାବି ନେଇ ଏଭଳି ଆଗେଇ ଆସିବା ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ବିଗତ କିଛିମାସରେ ସହରରେ ଘଟିଥିବା ଅପରାଧ ଗୁଡ଼ିକୁ ଦେଖିଲେ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ଥିବା ବାରି ହୋଇ ପଡ଼ିଛି। ସାକ୍ଷ୍ୟ ପ୍ରଦାନ ପାଇଁ ଆସିଥିବା ଜଣେ ଯୁବକଙ୍କୁ ଖୋଦ୍‌ କୋର୍ଟ ସମ୍ମୁଖରୁ ଅପହରଣ କରି ନେଇ ବିଳମ୍ବିତ ରାତି ଯାଏ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଭିତରୁ ଦିନ ଦ୍ୱିପ୍ରହରରେ ଜଣେ ବ୍ୟାଙ୍କ ଉପଭୋକ୍ତାଙ୍କଠାରୁ ଟଙ୍କା ଲୁଟି ନେଇ ଫେରାର୍‌ ଉଦ୍ୟମ ସମୟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଏହା ବ୍ୟତୀତ ମୋବାଇଲ, ବାଇକ୍‌ ଚୋରି ହୋଇଛି। କିନ୍ତୁ ପୋଲିସ କାର୍ଯାନୁଷ୍ଠାନ ଏତଲା କିମ୍ବା ସେ ନେଇ ଏକ ମାମଲା ରୁଜୁରେ ସୀମିତ ରହି ଯାଉଥିବା ଅଭିଯୋଗ ହୋଇଛି। ଗତ ଶନିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡ ପରିସରରୁ ସୁଧୀର ବରିହାଙ୍କ ଏକ ପ୍ଲାଟିନା ବାଇକ୍‌ ଚୋରି ହୋଇଥିଲା। ସେ ଏତଲା ଦେବା ପରେ ମଧ୍ୟ ପୋଲିସ ଏ ଯାଏ ଚୋରଙ୍କୁ ଧରିବା ତ ଦୂରର କଥା, ବାଇକ୍‌ ଉଦ୍ଧାର କରିପାରି ନାହିଁ। ଏହା କେବଳ ଏକ ଦୃଷ୍ଟାନ୍ତ ମାତ୍ର। ପୂର୍ବରୁ ଏଭଳି ଅନେକ ଅପରାଧ ଘଟିଛି। ଗତ ଧନୁଯାତ୍ରା ଚାଲିଥିବା ସମୟରେ ସହର ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡ, ଗୁରୁତର ଅବସ୍ଥାରେ ଜଣେ ନିଖୋଜ ଯୁବତୀଙ୍କୁ ଜଙ୍ଗଲରୁ ଉଦ୍ଧାର ଘଟଣା ପୋଲିସର ପାରିବାପଣିଆଁକୁ ପଦାରେ ପକାଇ ଦେଇଛି।
ସେହିପରି ସହର ମଧ୍ୟରେ ଯଦି ଅପରାଧ ଏଭଳି ଅନିୟନ୍ତ୍ରୀତ ହୋଇ ପଡ଼ିଛି, ଜିଲାର ଗ୍ରାମାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ କିଭଳି ରହିଥିବ ବୋଲି ବରଗଡ଼ ନାଗରିକ ମଞ୍ଚ ପ୍ରଶ୍ନ ଉଠାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯାଇଛି, ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ସହରର ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି ସ୍ଥାପନ ସହିତ ଅଚଳ ସିସିଟିଭିକୁ ସଚଳ କରିବାକୁ ନାଗରିକ ମଞ୍ଚ ଦାବି କରିଛି। ସେହିପରି ସହରରେ ଅବାଧରେ ନିଶା ଏବଂ ସଟ୍ଟା କାରବାର ଚାଲିଛି। ଏହାକୁ ମଧ୍ୟ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ ବରଗଡ଼ ନାଗରିକ ମଞ୍ଚ ଦାବି କରିଛି। ସହରରେ ଏଭଳି ଅପରାଧ ରୋକିବା ଦାବିରେ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ସ୍ଥାନୀୟ ଟାଉନ ଥାନାକୁ ଯାଇଥିଲେ। ଉକ୍ତ ପ୍ରତିନିଧି ଦଳରେ ମଞ୍ଚର ଭବାନୀ ପ୍ରସାଦ ସାହୁ, ଶିବାନନ୍ଦ ମଟାରୀ, ରାଜକୁମାର ବିଶି, ମହେନ୍ଦ୍ର ପୁରୋହିତ, ମୃତ୍ୟୁଞ୍ଜୟ ମହାରଣା, ରମେଶ ବେହେରା, ବିଘ୍ନେଶ୍ୱର ମିଶ୍ର, ଗଙ୍ଗା ପୂଜାରୀ, ଶ୍ରବଣ ଶର୍ମା, ବାସୁଦେବ ବାରିକ, ନିରଞ୍ଜନ ବାରିକ, ସ୍ଯଯ ମେହେର, ଲଲିତ ମିତ୍ତଲ, ପରମେଶ୍ୱର ପ୍ରଧାନ, ସାଗର ପୁରୋହିତ, ପ୍ରିୟାଂଶୁ ପଣ୍ଡା, ସୁଦାମ ସାହୁ, ପ୍ରମୋଦ ବେହେରା, ପ୍ରଶାନ୍ତ କୁମାର, ଅନିରୁଦ୍ଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?