ସୁନିଶ୍ଚିତ ହେଉନି ସୁରକ୍ଷା

ଅନୁଗୋଳ ଅଫିସ, ୨୦ା୫: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ଚୋରା ବ୍ରାଉନସୁଗାର ବ୍ୟବସାୟ ଜୋର୍‌ ଧରିଥିବାବେଳେ ଚୋରି, ଲୁଟ୍‌ପାଟ ଭଳି ଘଟଣା ବଢ଼ି ଚାଲିଛି। ଅପରାଧ ରୋକିବାକୁ ଛକ ଛକରେ ପୋଲିସ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ଏହା ସହରବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରୁ ନାହିଁ। କିଛିଦିନ ହେଲା ସହରରେ ବଢ଼ୁଥିବା ଅପରାଧ ସଂଖ୍ୟା ହିଁ ଏହାର ଉଦାହରଣ ବୋଲି କୁହାଯାଉଛି। ସେହିପରି ପାଟ୍ରୋଲିଂ ଭ୍ୟାନ ପଇଁତରା ମାରୁ ନ ଥିବା ନଗରବାସୀ ଅଭିଯୋଗ କରୁଥିବା ବେଳେ ପିଙ୍କ୍‌ ପାଟ୍ରୋଲିଂ ବ୍ୟବସ୍ଥା ଠପ୍‌ ହୋଇଯାଇଥିବା ଆଲୋଚନା ହୋଉଛି।
ଅନୁଗୋଳ ଥାନା, ସଦରଥାନା ଓ ନାଲ୍‌କୋ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଗତ ମାର୍ଚ୍ଚ ୧ ତାରିଖରୁ ବିଭିନ୍ନ ଛକରେ ହାବିଲଦାର, କନଷ୍ଟେବଲ ଓ ହୋମଗାର୍ଡମାନଙ୍କୁ ନିୟୋଜିତ କରିବା ପାଇଁ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଏଥିସହ ପାଟ୍ରୋଲିଂ ଭ୍ୟାନ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବ ବୋଲି କୁହାଯାଇଥିଲା। ଛକମାନଙ୍କରେ ମୁତୟନ ହୋଇଥିବା କର୍ମଚାରୀ ଓ ପାଟ୍ରୋଲିଂ ବ୍ୟବସ୍ଥାର ତଦାରଖ ପାଇଁ ସକାଳେ, ଅପରାହ୍ନ ଓ ରାତିରେ ଜଣେ ଲେଖାଏ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏସବୁ ବ୍ୟବସ୍ଥା ଯୋଗୁ ସହରବାସୀଙ୍କ ଆସ୍ଥା ପୋଲିସ ଉପରେ ପୂର୍ବାପେକ୍ଷା ବଢ଼ିଯାଇଥିଲା। ହେଲେ କିଛିଦିନ ହେଲା ସହରରେ ଯେପରି ଭାବେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି ସେଥିରୁ ପୋଲିସର ଏହି ବ୍ୟବସ୍ଥା କେତେ ପ୍ରଭାବୀ ତାହା ବାରି ହୋଇପଡ଼ୁଛି। କିଛି ଦିନ ତଳେ ଅନୁଗୋଳ କଲେଜ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ଚୋରମାନେ କଳାକନା ବୁଲାଇଥିଲେ। ବଜାର ମଧ୍ୟରୁ ମୋଟର ସାଇକେଲ ଚୋରି, ଏକା ଯାଉଥିବା ମହିଳାଙ୍କ ନିକଟରୁ ମୋବାଇଲ, ଟଙ୍କା ଥିବା ବ୍ୟାଗ ଲୁଟ୍‌ ତ ନିତିଦିନିଆ ଘଟଣା ହୋଇଗଲାଣି। ରାତିରେ ବାଇକ୍‌ ଚାଳକଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍‌ପାଟ କରିବା ପ୍ରାୟତଃ ଦେଖିବାକୁ ମିଳୁଛି। ଗତ ସୋମବାର ରାତି ପ୍ରାୟ ୧୧ଟାରେ ୨ଜଣ ଦୁର୍ବୃତ୍ତ ଏକ କୋରିଅର ସଂସ୍ଥାରେ ପଶି ଛୁରି ଦେଖାଇ ୨ ଲକ୍ଷ ୩୩ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ୧୭ ତାରିଖରେ ପୋଲିସ କଲୋନୀରୁ ଏକ ମୋଟର ସାଇକେଲ ଚୋରି ହୋଇଥିଲା। ଏପ୍ରିଲ ୨୧ରେ ଅନୁଗୋଳ ଥାନା ହୁଲୁରିସିଂହା ଠାରେ ସ୍ଥାନୀୟ ଅଞ୍ଚଳର କୁକୁଡ଼ା ବ୍ୟବସାୟୀ ପ୍ରକାଶ ବେହେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଏଥିସହ ବ୍ରାଉନସୁଗାର କାରବାର ସହରରେ କ୍ଷିପ୍ର ଗତିରେ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗିରଫଦାରି ଜାରି ରହିଥିଲେ ବି ଏହି ନିଷିଦ୍ଧ ନିଶା ସାମଗ୍ରୀ କାରବାରକୁ ରୋକାଯାଇ ପାରୁନାହିଁ। ଅନ୍ୟପକ୍ଷରେ ଅନୁଗୋଳ ଥାନାରେ ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଏଠାରେ ୮ ଏସ୍‌ଆଇ ଓ ୮ ଏଏସ୍‌ଆଇ ପଦବୀ ଥିବାବେଳେ ବର୍ତ୍ତମାନ ୩ ଏସ୍‌ଆଇ ଓ ୭ ଏଏସ୍‌ଆଇ ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଥାନାରେ ପୂର୍ବାପେକ୍ଷା କର୍ମଚାରୀଙ୍କ ସଂଖ୍ୟା କମ୍‌ ରହିଛି। କେତେଜଣ ଏଏସ୍‌ଆଇଙ୍କ ଢେଙ୍କାନାଳ ବଦଳି ହୋଇଛି। ସେମାନଙ୍କ ସ୍ଥାନରେ ଆସିଥିବା ଏଏସ୍‌ଆଇମାନଙ୍କୁ ନିୟୋଜିତ କରାଯିବ। ବହୁ ଆପରାଧିକ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଉ କେତେକ ମାମଲାର ତଦନ୍ତ ଚାଲୁ ରହିଥିବା ସମ୍ପୃକ୍ତ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri