Categories: ଜାତୀୟ

୫୦ ହଜାର ଯବାନଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଳୀ,୬।୨: କୃଷି ଆଇନକୁ ଫେରାଇନେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଦାବି କରି ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଶନିବାର ମଧାହ୍ନ ୧୨ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକାବନ୍ଦ ଡାକରା ଦିଆଯାଇଛି। ତେବେ ଦିଲ୍ଲୀ ଏନ୍‌ସିଆର୍‌ରେ ଏହା କରାଯିବ ନାହିଁ ବୋଲି ଆନ୍ଦୋଳନରେ ସାମିଲ ଥିବା ସଂଗଠନ ଗୁଡ଼ିକ କହିଛନ୍ତି। ମାତ୍ର ଦିଲ୍ଲୀ ପୋଲିସ ଜାନୁୟାରୀ ୨୬ରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ସଜାଗ ରହିଛି। ସିଙ୍ଘୁ ଏବଂ ଗାଜିପୁର ବର୍ଡରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ପୋଲିସ, ପରାମିଲିଟାରୀ ଏବଂ ରିଜର୍ଭ ଫୋର୍ସର ୫୦ ହଜାର ଯବାନଙ୍କ ହାତରେ ସୁରକ୍ଷା ଦାୟିତ୍ୱ ରହିଛି। ଯେଗୌଣସି ପରିସ୍ଥିତିର ମୁକାବିଲା ଲାଗି ସେମାନେ ପ୍ରସ୍ତୁତ ରହିଛନ୍ତି।

Share