ସିକ୍ୟୁରିଟି କରୁଛନ୍ତି ରୋଗୀସେବା

ଉଦଳା,୨୫।୪: (ଡି.ଏନ.ଏ.) ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡର ମୁଖ୍ୟ ଡାକ୍ତରଖାନା ଉଦଳା ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ଡାକ୍ତର ନିଶାଶକ୍ତ ଅବସ୍ଥାରେ ରହୁଥିବା ବେଳେ ସିକ୍ୟୁରିଟି ଗାର୍ଡ ରୋଗୀ ସେବା କରୁଛନ୍ତି। ଏ ଭଳି ଏକ ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ହୋଇଛି। ଭାଇରାଲ ହେଉଥିବା ଭିଡିଓ ୭ ରୁ ୮ ଦିନ ତଳର ବୋଲି ଜଣାପଡ଼ିଛି।
ଅନୁଯାୟୀ, ଡାକ୍ତରଖାନାରେ ୩ ବର୍ଷରୁ ଅଧିକ ହେବ ଜଣେ ଡାକ୍ତର କାର୍ଯ୍ୟ କରୁଛନ୍ତି। ମାତ୍ର ଅଧିକାଂଶ ସମୟରେ ସେ ନିଶାସକ୍ତ ହୋଇ ଡାକ୍ତରଖାନାରେ ରୋଗୀ ଦେଖିଥାନ୍ତି। ଜଣେ ବ୍ୟକ୍ତି ରାତ୍ର ସମୟରେ ଡାକ୍ତରଖାନା ଯାଇଥିବା ବେଳେ ଚିକିସତ୍ା ନିମନ୍ତେ ଉକ୍ତ ଦିନ ସମ୍ପୃକ୍ତ ଡାକ୍ତର ରାତି ଡ୍ୟୁଟିରେ ଥିଲେ। ଡାକ୍ତର ନିଶାସକ୍ତ ଅବସ୍ଥାରେ ରହି ରୋଗୀ ଦେଖିବାକୁ ଚେଷ୍ଟା କରୁଥିବା ଓ ଜଣେ ସିକ୍ୟୁରିଟି ଗାର୍ଡ ଇଞ୍ଜେକସନ୍‌ ଭର୍ତ୍ତି କରି ଡାକ୍ତରଙ୍କୁ ଦେଖାଉଥିବା ଭିଡିଓରେ ଜଣାପଡ଼ୁଛି। ଏ ବାବଦରେ ସମ୍ପୃକ୍ତ ଡାକ୍ତରଙ୍କୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଉପଖଣ୍ଡ ଚିକିସତ୍ାଧିକାରୀ ଡା. କମଳାକାନ୍ତ ନାୟକଙ୍କୁ ପଚାରିବାରୁ ତାଙ୍କ ନିକଟରେ ଅଭିଯୋଗ ରହିଛି ଏବଂ ସେ ଏ ନେଇ ଡାକ୍ତର ଟୁଡୁଙ୍କୁ ତାଗିଦ୍‌ କରିଛନ୍ତି। ଘଟଣା ବାବଦରେ ସିଡିଏମଓଙ୍କ ସହିତ ଆଲୋଚନା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।