୩ ଥାନା ଅଞ୍ଚଳରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୩: ଅନୁଗୋଳ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଜିଲାରେ ନୂତନ ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଯୋଗଦେବା ପରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଜିଲାର ୩ଟି ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନୁଗୋଳ ଥାନା ସମେତ ସଦର ଓ ନାଲ୍‌କୋ ଥାନା ଅଞ୍ଚଳର ଟ୍ରାଫିକ୍‌ ଛକ ସହ ଏଟିଏମ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ୫୦ ଜଣ କନଷ୍ଟେବଲ ଓ ହୋମଗାର୍ଡଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୩ଟି ପର୍ଯ୍ୟାୟରେ ପ୍ରତ୍ୟେକ ଛକରେ ୨ ଜଣ ଲେଖାଏ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ କାର୍ଯ୍ୟର ଅନୁଧ୍ୟାନ ପାଇଁ ଏସ୍‌ଆଇ ଓ ଏଏସ୍‌ଆଇ ସ୍ତରର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।
୪ଟି ପର୍ଯ୍ୟାୟରେ ୩ଟି ଥାନାର ୫୦ କନଷ୍ଟେବଲ ଓ ହୋମ୍‌ଗାର୍ଡଙ୍କୁ ଡ଼୍ୟୁଟି ବଣ୍ଟା ଯାଇଥିବାବେଳେ ଏହାକୁ ତଦାରଖ କରିବାକୁ ସମସ୍ତ ଥାନାର ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ, ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦ୍ୱିତୀୟ, ସନ୍ଧ୍ୟା ୬ଟାରୁ ରାତି ୯ ପର୍ଯ୍ୟନ୍ତ ତୃତୀୟ ଓ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଚତୁର୍ଥ ରାଉଣ୍ଡ ଡ଼୍ୟୁଟି ବଣ୍ଟାଯାଇଛି। ହୁଲୁରିସିଂହା ବ୍ରିଜ ଠାରୁ ଆରମ୍ଭ କରି ବିଇଡି ଛକ, ଗୀତାଗ୍ରାମ, କାଲଟାକ୍ସ, ହାଟ ଛକ, କଲେଜ ଛକ, ଫରେଷ୍ଟ କଲେଜ ଛକ, ଷ୍ଟାଇଲ ବଜର ଛକ, ବଜାର ଛକ, ମେଡିକାଲ ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ, ଜଗନ୍ନାଥ ମନ୍ଦିର ଛକ, ତାମ୍ରିତ କଲୋନୀ ଛକ, ଇକୋ ପାର୍କ ଛକ, ଟାଉନ ହାଇସ୍କୁଲ ଛକ, ମିଶ୍ରପଡ଼ା ଛକ, ଶିକ୍ଷକପଡ଼ା ଛକ ଆଦି ଅନୁଗୋଳ ଥାନା ଅଞ୍ଚଳରେ ରହିଛି। ସେହିଭଳି ସଦର ଥାନାରେ ମଝିକା ଛକ, ପ୍ରଗତିନଗର, ଛେଳିଆପଡ଼ା, ଡେରଜାଙ୍ଗ ଡ୍ୟାମ୍‌, କରଡ଼ାଗାଡ଼ିଆ ଛକ ଆଦି ରହିଛି। ନାଲକୋ ଥାନା ଅଧୀନରେ ନାଲକୋ ଆଶ୍‌ ପଣ୍ଡ ଛକ, ବଳରାମ ପ୍ରସାଦ ଶିବ ମନ୍ଦିର ଛକ, ଗିରାଙ୍ଗ ସେଣ୍ଟ୍ରାଲ ମାର୍କେଟ୍‌, ନାଲକୋ ଟାଉନଶିପ୍‌, କନିଆବେଡ଼ା ଶିବ ମନ୍ଦିର ଛକ, କୁଲାଡ଼ ଛକ, କାଣ୍ଡସର ଛକ ଆଦିରେ ପୋଲିସ ମୁତୟନ କରାଯିବ। ଏଥିସହ ରାଜପଥରେ ହୋମଗାର୍ଡ ଓ କନଷ୍ଟେବଳଙ୍କୁ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ କରାଯାଇଛି। ସେହିପରି ଅନୁଗୋଳ ଥାନା ଅଧୀନରେ ଥିବା ୨୩ଟି ଏଟିଏମ୍‌ରେ, ସଦର ଥାନା ଅଧୀନରେ ୮ ଓ ନାଲ୍‌କୋ ଥାନା ଅଧୀନରେ ଥିବା ୫ ଏଟିଏମ୍‌କୁ ଜଗିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ପ୍ରୋବେଶନ୍‌ ହଷ୍ଟେଲ ସହ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ପୋଲିସ କର୍ମଚାରୀଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନୁଗୋଳ ସହରରେ ଥିବା ୧୬ଟି ଟ୍ରାଫିକ ପୋଷ୍ଟ ସହ ସଦର ଥାନା ଅଞ୍ଚଳରେ ଥିବା ୨ଟି ଓ ନାଲ୍‌କୋ ଥାନା ଅଧୀନରେ ଥିବା ୪ଟି ଟ୍ରାଫିକ୍‌ ପୋଷ୍ଟରେ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି ହେଲେ ତୁରନ୍ତ ଏହି କର୍ମଚାରୀମାନେ ନିଜ ଅଞ୍ଚଳର ଥାନାକୁ ଅବଗତ କରିବେ ବୋଲି କୁହାଯାଇଛି। ଏ ନେଇ ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମହାଳିକ କହିଛନ୍ତି, ଏଭଳି ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଏସ୍‌ପି ଅନୁଧ୍ୟାନ କରିବେ। ଆପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ ବ୍ୟବସ୍ଥା ଉପରେ ଏହାଦ୍ୱାରା ନଜର ରହିବ। ପୋଲିସ ଉପରେ ଲୋକଙ୍କ ଭରସା ମଧ୍ୟ ବଢ଼ିବ ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri