ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ ଛିଡା ହୋଇ ରହିଲେ। ହେଲେ ଆଜି ନିଜ ସୁରକ୍ଷା ପାଇଁ ଅଲୋଡା ସାଜିଲେ ନିଜେ ସୁରକ୍ଷାକର୍ମୀ। ସୁନ୍ଦରଗଡ଼ ମାଇନ୍ସ ଏଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ ଓଏମ୍ସି ଅଧୀନରେ କାର୍ଯ୍ୟରତ ଶହଶହ ସୁରକ୍ଷାକର୍ମୀ ସୋମବାର ଓଏମ୍ସି କୋଇଡା କାର୍ଯ୍ୟାଳୟ ସମ୍ମୁଖରେ ପତାକା ଓ ବ୍ୟାନର ଧରି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ୫ ଦଫା ଦାବି ନେଇ OMC ଗେଟ୍ରେ ତାଲା ପକାଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି।
ବିଭିନ୍ନ ଦାବି ନେଇ ବିଭିନ୍ନ ସମୟରେ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଥିବା ସୁରକ୍ଷାକର୍ମୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୁରକ୍ଷାକର୍ମୀ ଚେତାବନୀ ଦେଇଛନ୍ତି।