ମଶାଧୂଆଁରେ ଅଣନିଃଶ୍ୱାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ଜଣେ ଗୁରୁତର

କେନ୍ଦୁଝର,୧୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଶାଧୂଆଁରେ ଅଣନିଃଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମର ବେଣୁଧର ମାଝିଙ୍କ ପୁଅ ସୁରେନ୍ଦ୍ର (୩୦)। ଗୁରୁତର ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର ଫକୀର ମହାନ୍ତଙ୍କ ପୁଅ ସହଦେବ(୪୭)।

ସୂଚନାନୁଯାୟୀ, ସିରାଜୁଦ୍ଦିନ ଛକ ନିକଟସ୍ଥ ସିରାଜୁଦ୍ଦିନ କମ୍ପାନୀ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ସହଦେବ ଓ କାର୍‌ଚାଳକ ସୁରେନ୍ଦ୍ର ଉଭୟ ଗୋଟିଏ ଗୃହରେ ଶୋଇଥିଲେ। ଶନିବାର ସେମାନଙ୍କୁ ଚେତାଶୂନ୍ୟ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସହଦେବଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ଅଧିକ ତଦନ୍ତ ହେଲେ ଜଣାପଡ଼ିବ। ତେବେ ମଶାଧୂଆଁରେ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ଓ ଅସୁସ୍ଥ ହୋଇଥିବା କମ୍ପାନୀର ମ୍ୟାନେଜର ସୁଭାଷ ମହାନ୍ତି କହିଛନ୍ତି।