ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। କତାରର ରାଜଧାନୀ ଦୋହାରେ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ଆତଙ୍କବାଦୀ ସଂଗଠନ ମଧ୍ୟରେ ଶାନ୍ତି ବାର୍ତ୍ତା ଜାରି ରହିଥିବାବେଳେ ଏଭଳି ଘଟିଛି। ଏହାଦ୍ୱାରା ଶାନ୍ତିବାର୍ତ୍ତା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।

Share