Categories: ଜାତୀୟ

କଶ୍ମୀରରେ ନିର୍ଦ୍ଦୋଷଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସୁରକ୍ଷା କର୍ମୀଙ୍କୁ ଦିଆଯାଇଛି ସମ୍ପୂର୍ଣ୍ଣ ସ୍ୱାଧିନତା: ଏଲ ଜି ମନୋଜ ସିହ୍ନା

ଶ୍ରୀନଗର,୧୬ ।୫: ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ରବିବାର ପିପୁଲ୍‌ସ ଆଲାଏନ୍ସ ଫର ଗୁପ୍ତକାର ଡିକ୍ଲାରେଶନ(ପିଏଜିଡି)କୁ କହିଛନ୍ତି, ଘାଟିରେ ନିର୍ଦ୍ଦୋଷଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସୁରକ୍ଷାକର୍ମୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି । ରବିବାର ଏଲ ଜି ମନୋଜ ସିହ୍ନା ପିଏଜିଡି ନେତାଙ୍କ ସହ ଏକ ବୈଠକ କରିଥିଲେ । ବୈଠକରେ ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି) ମୁଖ୍ୟ ମେହବୁବା ମୁଫତି, ମାକପା ନେତା ଏମବାଇ ତାରିଗାମୀ, ନେକା ସାଂସଦ ହସନୈନ ମସୁଦି ଓ ଅବାମି ନ୍ୟାଶନାଲ କନଫରେନ୍ସର ବରିଷ୍ଠ ଉପାଧ୍ୟକ୍ଷ ମୁଜଫର ଶାହ ଅଂଶ ଗ୍ରହଣ କରିଥିଲେ ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନୋଜ ସିହ୍ନା ପ୍ରତିନିଧିମଣ୍ଡଳକୁ ଆଶ୍ୱାସନା ଦେଇଛନ୍ତି କି ପ୍ରଶାସନ ଦ୍ୱାରା ପିଏମ ପ୍ୟାକେଜ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟ କରାଯାଉଛି । ପ୍ରତିନିଧିମଣ୍ଡଳ ନିର୍ଦ୍ଦୋଷଙ୍କ ହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏଲ ଜି ମନୋଜ ସିହ୍ନା ପ୍ରତିନିଧିମଣ୍ଡଳକୁ କହିଥିଲେ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦୋଷଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି ।

Share