Categories: ଜାତୀୟ

ଇମେଲ୍‌ ଧମକ ପରେ ବଢ଼ିଲା ସୁରକ୍ଷା

ମୁମ୍ବାଇ,୧୯ା୩: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଇମେଲ୍‌ ଯୋଗେ ହତ୍ୟା ଧମକ ମିିଳିବା ପରେ ମୁମ୍ବାଇ ପୋଲିସ ତାଙ୍କ ଘର ବାହାରେ ସୁରକ୍ଷାକୁ ବଢ଼ାଇ ଦେଇଛି। ସଲମାନ୍‌ଙ୍କ ଟିମ୍‌ର ଜଣେ ସଦସ୍ୟ ଏହି ଧମକ ପୂର୍ଣ୍ଣ ଇମେଲ୍‌ ପାଇଥିଲେ। ପୂର୍ବରୁ ସଲମାନ୍‌ଙ୍କୁ ହତ୍ୟା ଧମକ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଓ ଅନ୍ୟମାନଙ୍କ ବିରୋଧରେ ବାନ୍ଦ୍ରା ଥାନାରେ ମାମଲା ରୁଜୁ ହୋଇଥିଲା।

Share