ସିଡ୍ନୀ,୩ା୧: ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ରବିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଆଶେସ ଟେଷ୍ଟ ଖେଳାଯିବ। ହେଲେ ଗତ ମାସରେ ବୋଣ୍ଡି ବିଚ୍ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପଞ୍ଚମ ମ୍ୟାଚ୍ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏପରିକି ମ୍ୟାଚ୍ ବେଳେ ଷ୍ଟାଡିୟମରେ ରାଇଫଲ ଧାରୀ ପୋଲିସ ପାଟ୍ରୋଲ କରିବେ। ପବ୍ଲିକ ଅର୍ଡର ଓ ରଏଟ୍ ସ୍କ୍ବାଡ ଅଧିକାରୀ ଏସ୍ସିଜିରେ ଦର୍ଶକଙ୍କ ମଧ୍ୟରେ ଉପସ୍ଥିତି ରହିବେ। ୩ ସପ୍ତାହ ପୂର୍ବେ ବୋଣ୍ଡି ସମୂଦ୍ର କୂଳରେ ହାନୁକା ଉତ୍ସବ ବେଳେ ଦୁଇ ବନ୍ଧୁକ ଧାରୀ ଆଖିବୁଝା ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ୧୫ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।
ଅଷ୍ଟ୍ରେଲିଆରେ କୌଣସି କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ଚାଲିଥିବା ବେଳେ ରାଇଫଲ ସହ ପୋଲିସ ଅଧିକାରୀଙ୍କୁ ଅନେକ ଲୋକ ଦେଖି ନ ଥିବେ। କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ଲକ୍ଷ୍ୟ। ଏନେଇ ଅଧିକ ସଂଖ୍ୟାରେ ପୋଲିସ ମୁତୟନ ରହିବେ।
ପୋଲିସ ଅସାମାଜିକ ଲୋକଙ୍କୁ ଟାର୍ଗେଟ କରିବ ବୋଲି ନ୍ୟୁ ସାଉଥ ଓ୍ବେଲ୍ସ ରାଜ୍ୟର ପୋଲିସ କମିଶନର ମାଲ ଲାନିଅନ କହିଛନ୍ତି।


