Categories: ଜାତୀୟ

ସଚିବାଳୟରେ ବୋମା ଆତଙ୍କ

ମୁମ୍ବାଇ,୩୦।୫: ମହାରାଷ୍ଟ୍ର ବିଧାନସଭା ସଚିବାଳୟରେ ଏକ ବୋମା ରଖାଯାଇଥିବା ସୂଚନା ମିଳିଛି। କଣ୍ଟ୍ରୋଲ ରୁମରୁ ଏହି ସୂଚନା ପାଇବା ପରେ ମୁମ୍ବାଇ ପୋଲିସର ବୋମା ନିଷ୍କ୍ରୀୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବୋମା ଧମକ ପାଇବା ପରେ ପୋଲିସ କହିଛି ଯେ, ମୁମ୍ବାଇରେ ମନ୍ତ୍ରଣାଳୟର ସୁରକ୍ଷା ମଧ୍ୟ କଡାକଡି କରାଯାଇଛି। ଏହି ବୋମା ବିଷୟରେ ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷକୁ ଖବର ଦିଆଯାଇଥିଲା। ପ୍ରାୟ ଏକ ଘଣ୍ଟା ପରେ ମୁମ୍ବାଇ ପୋଲିସର ପିଆର୍‌ଓ କହିଛି ଯେ, ମନ୍ତ୍ରଣାଳୟ ପରିସରର ତଦନ୍ତ ଶେଷ ହୋଇଛି। ସେଠାରେ କୌଣସି ସନ୍ଦେହଜନକ ଜିନିଷ ମିଳି ନାହିଁ।

Share