Categories: ଜାତୀୟ

ଚାର୍‌ ଧାମ୍‌ ଯାତ୍ରାରେ ୫୫୦୦ ଯବାନଙ୍କ ହାତରେ ସୁରକ୍ଷା…

ଡେରାଡୁନ୍‌, ୧୦।୪ : ମେ ମାସରୁ ଚାର୍‌ ଧାମ୍‌ ଯାତ୍ରା ପାଇଁ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିିଥର ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଚାର୍‌ ଧାମ୍‌ ଯାତ୍ରାରେ ପହଞ୍ଚିବାର ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଉତ୍ତରାଖଣ୍ଡର ସମସ୍ତ ଜିଲାର ପ୍ରାୟ ୫୫୦୦ ହଜାର ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ତଥା ଯାତ୍ରା ମାର୍ଗରେ ଜାମ ନ କରିବା ଲାଗି ଏହି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

ଏଥର ୧୧୦ ପୋଲିସ କର୍ମଚାରୀଙ୍କୁ ଯାତ୍ରା ପାଇଁ ପର୍ଯ୍ୟଟନ ପୋଲିସର ତାଲିମ ଦିଆଯିବ। ୭ ଦିନର ଏହି ତାଲିମରେ, ଏହି ଯବାନମାନଙ୍କୁ ଇଂଲିଶ୍‌ ଭାଷାରେ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରିବା ଏବଂ ଡ୍ୟୁଟିରେ ଥିବା ସମୟରେ ଧୈର୍ଯ୍ୟର ସହିତ ଯାତ୍ରୀମାନଙ୍କ ସହିତ ବ୍ୟବହ।ର କରିବା ପାଇଁ ତାଲିମ ଦିଆଯିବ। ଏହି ପର୍ଯ୍ୟଟନ ପୋଲିସର ଭ୍ରମଣ ମାର୍ଗରେ ପ୍ରାୟ ୫୫ ଟି ଟୁରିଷ୍ଟ ବୁଥ ଖୋଲା ଯିବ।

ଶ୍ରଦ୍ଧାଳୁ ସେମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସହଜରେ ପୋଲିସର ସାହାଯ୍ୟ ପାଇପାରିବେ। ପର୍ଯ୍ୟଟନ ପୋଲିସର ଏକ ବୁକଲେଟ ରହିବ ଯାହାକି ଶ୍ରଦ୍ଧାଳୁମାନଙ୍କୁ ଭ୍ରମଣ ମାର୍ଗରେ ଥିବା ଅନ୍ୟ ଧାର୍ମିକ ସ୍ଥାନ ସମ୍ପର୍କିତ ପର୍ଯ୍ୟଟନ ବିଷୟରେ ସୂଚନା ଦେବ। ଯାହାଫଳରେ ଚାର୍‌ ଧାମ୍‌ ଯାତ୍ରା ସହିତ ଏହି ଶ୍ରଦ୍ଧାଳୁ ମାନେ ଅନ୍ୟ ଧାର୍ମିକ ତଥା ସାଂସ୍କୃତିକ ସ୍ଥାନର ପର୍ଯ୍ୟଟନ କରିପାରିବେ।

ଏଥି ସହିତ, ଯାତ୍ରା ସମୟରେ ଯେକୌଣସି ପ୍ରକାରର ବିପର୍ଯ୍ୟୟର ମୁକାବିଲା ପାଇଁ ଏସଆରଡିଏଫ୍‌ର ୩୩ ଟି ଟିମ (ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ) ନିୟୋଜିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ସ୍ଥାନୀୟ ପୋଲିସ ଏବଂ ୮ ଇନ୍ସପେକ୍ଟର,୮ ସବ-ଇନ୍ସପେକ୍ଟରଙ୍କ ସହିତ ପ୍ରାୟ ୫୮୦ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ ୧୧ ୟୁନିଟ ଫାୟାର ବ୍ରିଗେଡ୍ର ଟିମ୍‌କୁ ସଜାଗ ରଖାଯାଇଛି।

Share