Posted inଜାତୀୟ

ଧର୍ମନିରପେକ୍ଷତା ଭରି ରହିଛି ଆମ ରକ୍ତରେ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ, ୯।୭ : ଭାରତକୁ ବିଶ୍ୱର ସବୁଠାରୁ ସହନଶୀଳ ଦେଶ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର କହିଛନ୍ତି ଯେ କୌଣସି ସରକାର କିମ୍ବା ଦଳ ଯୋଗୁଁ ଦେଶରେ ଧର୍ମନିରପେକ୍ଷତା ସୁରକ୍ଷିତ ରହିନାହିଁ। ଏହା ଲୋକଙ୍କ ରକ୍ତରେ ଏବଂ ଏଠାରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ରହିଛି। କିଛି ଲୋକ ଭାରତର ଅଗ୍ରଗତିକୁ ସହଜରେ ଗ୍ରହଣ କରିବାରେ ଅସମର୍ଥ।

ସେ କହିଛନ୍ତି ଯେ ମୌଳିକ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ। ଉପରାଷ୍ଟ୍ରପତି ଆମ ଭାଷା, ଧର୍ମ ଉପରେ ଗର୍ବ କରିବାକୁ ପରାମର୍ଶ ଦେଇଛନ୍ତି। ନୂତନ ଶିକ୍ଷା ନୀତିରେ ମାତୃଭାଷାର ଗୁରୁତ୍ୱକୁ ନେଇ ଖୁସି ବ୍ୟକ୍ତ କରି ନାଇଡୁ କହିଛନ୍ତି ଯେ ସେ ଅନ୍ୟ ଭାଷା ବିରୋଧୀ ନୁହଁନ୍ତି। ସେ କହିଛନ୍ତି, ଆପଣ ଯେତେ ସମ୍ଭବ ଭାଷା ଶିଖନ୍ତୁ, କିନ୍ତୁ ପ୍ରଥମେ ମାତୃଭାଷା ଶିଖନ୍ତୁ। ଲୋକଙ୍କ ମନରେ ଏକ ଭୁଲ ଧାରଣା ଅଛି ଯେ ଯଦି ଆପଣଙ୍କର ଇଂଲିଶ ଶିକ୍ଷା ନଥାଏ, ତେବେ ଆପଣ ଉପରକୁ ଯାଇପାରିବେ ନାହିଁ।

ମାଉଣ୍ଟ କାର୍ମେଲ ପ୍ରତିଷ୍ଠାନର ପ୍ଲାଟିନମ ଜୟନ୍ତୀ ଉତ୍ସବକୁ ସମ୍ବୋଧିତ କରି ସେ ପାଶ୍ଚାତ୍ୟ ଗଣମାଧ୍ୟମକୁ ଭାରତ ବିଷୟରେ ଅନେକ ନକାରାତ୍ମକ କାହାଣୀ ସୃଷ୍ଟି କରିଥିବାର ଅଭିଯୋଗ ସେ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ପାଶ୍ଚାତ୍ୟ ଗଣମାଧ୍ୟମ ବିଭିନ୍ନ କ୍ଷେତ୍ରରେ ଦେଶ ତଥା ଏହାର ଲୋକମାନଙ୍କ ଦ୍ୱାରା କରାଯାଇଥିବା ସଫଳତାକୁ ଭୁଲି ଯାଇଛନ୍ତି। ଉପରାଷ୍ଟ୍ରପତି ସ୍ବୀକାର କରିଛନ୍ତି ଯେ ସାମାଜିକ ଅସମାନତା, ଦାରିଦ୍ର୍ୟ, ଲିଙ୍ଗଗତ ସମାନତା ଭଳି କେତେକ ଚ୍ୟାଲେଞ୍ଜ ରହିଛି ଯାହାକୁ ସମାଧାନ କରାଯିବା ଆବଶ୍ୟକ।

ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଔପନିବେଶିକ ନିୟମକୁ ବିଶ୍ୱାସ କରେ ନାହିଁ ଏବଂ ଅନ୍ୟ ଦେଶ ଉପରେ ଆକ୍ରମଣ କରେ ନାହିଁ। ନାଇଡୁ କହିଛନ୍ତି ଯେ ହିଂସା ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ, ଶାନ୍ତି ହେଉଛି ପ୍ରଗତିର ପ୍ରଥମ ସର୍ତ୍ତ।

ଏହି କାର୍ଯ୍ୟକ୍ରମରେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗେଟ ଆଲଭା ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri