ପୁରୀରେ ଜାରି ହେଲା ୧୪୪ ଧାରା: ପତିତପାବନ ଦର୍ଶନ ବନ୍ଦ

ପୁରୀ ଅଫିସ, ୨୬।୧୧: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଏହା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ଏହି ଧାରା ଲାଗୁ ହେବ। ଏଥିଯୋଗୁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ରହିବେ। ବେଶ ଓଲାଗି ପରେ ଭକ୍ତ ପତିତପାବନଙ୍କୁ ଦର୍ଶନ କରିପାରିବେ।
ଏଥିସହ ନାଗାର୍ଜୁନ ବେଶ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ସୁରକ୍ଷା ଦାୟିତ୍ୱରେ ୨ ଏସ୍‌ପି, ୭ ଡିଏସ୍‌ପି, ୧୯ ଏସ୍‌ଆଇ, ୭୭ ଏଏସ୍‌ଆଇ ନିଯୁକ୍ତ ହୋଇଛନ୍ତି। ହରଚଣ୍ଡି ସାହିରୁ ନାଗାବେଶକୁ କଡ଼ା ସୁରକ୍ଷାରେ ଅଣାଯିବ ବୋଲି ପୁରୀ ଏସ୍‌ପି କନଓ୍ବାର ବିଶାଲ ସୂଚନା ଦେଇଛନ୍ତି।