Categories: ଜାତୀୟ

ସର୍ବସାଧାରଣ ସ୍ଥାନରେ କିନ୍ନରଙ୍କ ବେଆଇନ ଭିଡ଼ ରୋକିବା ଲାଗି ୧୪୪ ଧାରା ଜାରି…

ନାଗପୁର,୨୩।୨ : ସର୍ବସାଧାରଣ ସ୍ଥାନରେ କିନ୍ନରମାନଙ୍କୁ ବେଆଇନ ଭିଡ଼କୁ ରୋକିବା ପାଇଁ ମହାରାଷ୍ଟ୍ର ପୋଲିସ ପକ୍ଷରୁ ନାଗପୁର ସହରରେ ଅପରାଧ ସଂହିତା (ସିଆରପିସି) ଅନ୍ତର୍ଗତ ଧାରା ୧୪୪ ଲାଗୁ କରିଛି। ଦୁଇ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ନାଗପୁର ପୋଲିସ ପ୍ରକାଶ କରିଛି ଯେ ଅଭିଯୋଗ ଆସିଛି ଯେ କିନ୍ନରମାନେ ସର୍ବସାଧାରଣ ସ୍ଥାନରେ, ଟ୍ରାଫିକ ସିଗନାଲରେ, ଲୋକଙ୍କ ଘରେ, ବିବାହ କାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭିଡ଼ ଜମାଇ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରହି ନାଗରିକମାନଙ୍କୁ ଧମକାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି।

ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ କେତେକ ନାଗରିକ କିନ୍ନରଙ୍କ ଦାବିକୁ ନ ମାନିବାରୁ ଅପମାନ ତଥା ଶାରୀରିକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ତେଣୁ ୨୦୨୩ ଫେବୃଆରୀ ୧୭ ରୁ ଏପ୍ରିଲ ୨୦ପର୍ଯ୍ୟନ୍ତ ନାଗପୁରରେ ସେମାନଙ୍କର ସେମାନଙ୍କର ବେଆଇନ ଭିଡ଼କୁ ରୋକିବା ପାଇଁ ପୋଲିସ କମିଶନର ଏଭଳି କରିଛନ୍ତି।

ଯଦି କୌଣସି ଆଦେଶର ଉଲ୍ଲଂଘନ ହୁଏ, ତେବେ ଭାରତୀୟ ଦଣ୍ଡ ସଂହିତା, ମହାରାଷ୍ଟ୍ର ପୋଲିସ ଅଧିନିୟମ ଏବଂ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକାରୀଙ୍କ କହିବାନୁସାରେ, ନଗର ପୋଲିସ ଚୋରି ଅଭିଯୋଗରେ କିନ୍ନରଙ୍କ ଗୋଷ୍ଠୀ ବିରୋଧରେ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି।

Share