ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବ

ଖଣ୍ଡପଡ଼ା,୮ା୭(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଞ୍ଜର କରାଯାଇ କାର୍ଯ୍ୟ ଚାଲୁ ରହିଛି। ତେବେ ଏହି ପ୍ରକଳ୍ପର କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଇତିମଧ୍ୟରେ ୧୪ ମାସ ଅତିବାହିତ ହୋଇସାରିଲାଣି। ଧୀର ମନ୍ଥର ଗତିରେ କାର୍ଯ୍ୟ ଚାଲୁଛି। କାର୍ଯ୍ୟରେ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ଉଠୁଛି। ତେବେ ଖଣ୍ଡପଡ଼ା ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଲକ୍ଷ୍ୟରେ ଶୁକ୍ରବାର ଓଡ଼ିଶା ନିର୍ମାଣ ବିଭାଗ ସଚିବ ଭି. ବିକ୍ରମ ଯାଦବ କଣ୍ଟିଲୋ ଗସ୍ତରେ ଆସି ଶ୍ରୀନୀଳମାଧବ ଜୀଉଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ନୀଳମାଧବ ମନ୍ଦିର ବିକାଶ ପ୍ରକଳ୍ପ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମନ୍ଦିର ପରିସରରୁ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟର ମନ୍ଥରତା ପାଇଁ ଯାଦବ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଚିବ ଯାଦବଙ୍କ ସହ ଓଡ଼ଶା ସେତୁ ନିର୍ମାଣ ନିଗମ ଅଧ୍ୟକ୍ଷ ଇଂ. ଜୟକୃଷ୍ଣ ଦାଶ, ପ୍ରକଳ୍ପ ମୁଖ୍ୟ ପରିଚାଳକ ଇଂ. ପ୍ରିୟବ୍ରତ ସାମନ୍ତରାୟ, ନିର୍ବାହୀ ଯନ୍ତ୍ରୀ ଇଂ. ଚୈତନ୍ୟ ମାଝି ଓ ବଂଶଲ କମ୍ପାନୀ ପକ୍ଷରୁ ଇଂ. ଭକ୍ତହରି ଜେନା ଉପସ୍ଥିତ ଥିଲେ। ଏ ଅବସରରେ ନୀଳମାଧବ ପୂଜକ ସମାଜ ପକ୍ଷରୁ ସଭାପତି ସଚ୍ଚିଦାନନ୍ଦ ମିଶ୍ର, ସମ୍ପାଦକ ନୀଳମାଧବ ମିଶ୍ର, ଉପସଭାପତି ସରୋଜ କୁମାର ମିଶ୍ରଙ୍କ ସମେତ ଅନ୍ୟ ସେବାୟତମାନେ ସଚିବ ଯାଦବଙ୍କୁ ସାକ୍ଷାତ କରି ବିକାଶ ପ୍ରକଳ୍ପ ମଧ୍ୟରେ ଅର୍ନ୍ତଭୁକ୍ତ ନ ଥିବା ଏକ ଆନନ୍ଦ ବଜାର, ହନୁମାନ ମନ୍ଦିର ପଛ ପାର୍ଶ୍ୱରେ ଏକ ୱାଚ ଟାୱାର ନିର୍ମାଣ, ସେବାୟତମାନଙ୍କ ପାଇଁ ଏକ ନିଯୋଗ ଗୃହ ନିର୍ମାଣ ସହ ବ୍ରାହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ଼ ଉପରେ ବିରାଜିତ ଶ୍ରୀନୀଳମାଧବ ଜୀଉ ମନ୍ଦିର ଚତୁଃପାର୍ଶ୍ୱକୁ ଆଲୋକୀକରଣ ଓ ସୌନ୍ଦର୍ଯ୍ୟ କରଣ କରି ମନ୍ଦିର ପାହାଡ଼ର କିଛି ଅଂଶକୁ ସମତୁଲ କରି ପର୍ଯ୍ୟଟକମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ପାର୍କ ନିର୍ମାଣ ସହ ଅନ୍ୟ କେତେକ ଦାବି ଲିଖିତ ଭାବେ ଜଣାଇଥିଲେ। ତେବେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଚିବ ଯାଦବ ସୂଚନା ଦେବା ସହିତ ଅସନ୍ତା ୧୦ ଦିନ ମଧ୍ୟରେ ଆନନ୍ଦ ବଜାର ନିର୍ମାଣ କରିବାକୁ ଉପସ୍ଥିତ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri