ସିକ୍ରେଟ୍‌ ପ୍ରେଗ୍‌ନାନ୍ସି, ଏଥିରେ ମହିଳାଙ୍କୁ ଦେଖାଦିଏ ନାହିଁ ଗର୍ଭଧାରଣର କୌଣସି ଲକ୍ଷଣ, ଜାଣନ୍ତୁ କାହିଁକି…

ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁ ସ୍ବତନ୍ତ୍ର, କିନ୍ତୁ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି ସେ ଏହା ଜାଣିପାରନ୍ତି ନାହିଁ ସେତେବେଳେ ଏହା ଆଶ୍ଚର୍ଯ୍ୟଜନକ ଲାଗିଥାଏ।  ଆଜ୍ଞା ହଁ ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି, ଅନେକ ମହିଳା ଜାଣି ପାରି ନ ଥାନ୍ତି କି ସେ ଗର୍ଭବତୀ ଅଛନ୍ତି କିମ୍ବା ବିଳମ୍ବରେ ଏହା ଜାଣିପାରନ୍ତି। ଏହାକୁ ସିକ୍ରେଟ୍‌ ପ୍ରେଗ୍‌ନାନ୍ସି ବା ଗୁପ୍ତ ଗର୍ଭଧାରଣ ମଧ୍ୟ କୁହାଯାଏ। ଏହା ଏପରି ଏକ ଅବସ୍ଥା ଯେଉଁଥିରେ ମହିଳାଙ୍କଠାରେ ଗର୍ଭଧାରଣର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେବେ ଜାଣନ୍ତୁ ଏହା କାହିଁକି ଏବଂ କିପରି ହୋଇଥାଏ…

ସାଧାରଣତଃ ମହିଳାମାନେ ୪ରୁ ୧୨ ସପ୍ତାହ ମଧ୍ୟରେ ଗର୍ଭଧାରଣ ଅନୁଭବ କରନ୍ତି, କିନ୍ତୁ ସିକ୍ରେଟ୍‌ ପ୍ରେଗ୍‌ନାନ୍ସିରେ ମହିଳା ଗର୍ଭଧାରଣର କୌଣସି ଅନୁଭବ କରନ୍ତି ନାହିଁ, କେତେକ ସମୟରେ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ଯେ, ସେ ଗର୍ଭବତୀ ଅଛନ୍ତି। ପ୍ରକୃତରେ ଗୁପ୍ତ ଗର୍ଭଧାରଣ ସାଧାରଣ ଗର୍ଭଧାରଣଠାରୁ ଭିନ୍ନ କାରଣ ଏଥିରେ ଗର୍ଭଧାରଣର ସାଧାରଣ ଲକ୍ଷଣଗୁଡ଼ିକ ଯେପରିକି ଋତୁସ୍ରାବ ବନ୍ଦ ହେବା, ପେଟ ବଢ଼ିବା କିମ୍ବା ଗର୍ଭଧାରଣ ପରୀକ୍ଷାରେ ସକାରାତ୍ମକ ଫଳାଫଳ। ବହୁତ ହାଲୁକା କିମ୍ବା ସହଜରେ ଅଣଦେଖା ହୋଇପାରେ।

ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ସିକ୍ରେଟ୍‌ ପ୍ରେଗ୍‌ନାନ୍ସିର ଅନେକ କାରଣ ହୋଇପାରେ, କିନ୍ତୁ ସବୁଠାରୁ ବଡ଼ କାରଣ PCOD କିମ୍ବା PCOS ରୋଗ ହୋଇପାରେ। ଏପରି ମହିଳାଙ୍କର ନିୟମିତ ଋତୁସ୍ରାବ ହୁଏ ନାହିଁ କିମ୍ବା ସେମାନଙ୍କର ଋତୁସ୍ରାବ ଦୁଇରୁ ତିନି ମାସ ବିଳମ୍ବ ହୁଏ। ଏହି ପରିସ୍ଥିତିରେ ଏପରି ମହିଳାମାନେ ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। କିଛି ମହିଳାଙ୍କର HCG (ହ୍ୟୁମାନ କୋରିଓନିକ୍‌ ଗୋନାଡୋଟ୍ରୋପିନ) ହରମୋନର ସ୍ତର କମ ଥାଏ, ଯାହା ଗର୍ଭଧାରଣ ପରୀକ୍ଷାକୁ ପ୍ରଭାବିତ କରେ। ଏହି କାରଣରୁ ପରୀକ୍ଷା ନେଗେଟିଭ୍‌ ରହୁଥିବାରୁ ମହିଳା ଜାଣିପାରନ୍ତି ନାହିଁ ଯେ ସେ ଗର୍ଭବତୀ। କେତେକ ସମୟରେ ୪୦ ବର୍ଷ ବୟସ ପରେ, ମହିଳାଙ୍କଠାରେ ମେନୋପଜ୍ର ଲକ୍ଷଣ ଆରମ୍ଭ ହୁଏ, ଏପରି ପରିସ୍ଥିତିରେ ମହିଳାମାନେ ସନ୍ଦେହରେ ରୁହନ୍ତି ଯେ, ଏହି ବୟସରେ ଗର୍ଭଧାରଣ ସମ୍ଭବ ନୁହେଁ, କିନ୍ତୁ ସେମାନେ ଗର୍ଭଧାରଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri