ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ ହରିଲୁଟ

ଯାଜପୁର ଅଫିସ,୨୫ା୫: ସମଗ୍ର ଶିକ୍ଷା ଯୋଜନାରେ ଯାଜପୁର ଜିଲାରେ ବିପୁଳ ଅର୍ଥ ବ୍ୟୟରେ ଅନେକ ପ୍ରକଳ୍ପ ନିର୍ମାଣ ହେଉଛି। ୨୦୧୭-୧୮ ଏବଂ ୨୦୧୯-୨୦ ବର୍ଷରେ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ(ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ)ରେ ବଡ଼ଚଣା, ଦଶରଥପୁର, ଧର୍ମଶାଳା, ଯାଜପୁର ଓ ବରୀ ବ୍ଲକର ୭ଟି ସ୍କୁଲର ବିଜ୍ଞାନାଗାର, ଲାଇବ୍ରେରି, ଅତିରିକ୍ତ ଶ୍ରେଣୀଗୃହ, କମ୍ପ୍ୟୁଟର ଗୃହ ଆଦି ନିର୍ମାଣ ବାବଦକୁ ୩ କୋଟି ୧୦ ଲକ୍ଷ ୯୫ ହଜାର ଟଙ୍କା ଆବଣ୍ଟିତ ହୋଇଛି। ହେଲେ ଏଯାଏ ନିର୍ମିତ ପ୍ରକଳ୍ପଗୁଡ଼ିକର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇ ନ ଥିବାବେଳେ କେତେକ ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ। ଏନେଇ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ୟୁସି ସହ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି। ଅନୁଦାନ ଆବଣ୍ଟନ ହେବାର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟ ପରାହତ ହୋଇଛି। ଅନ୍ୟପକ୍ଷେ ମିଥ୍ୟା ବିଲ୍‌ ଭାଉଚର ତିଆରି କରି ଏହି ଆବଣ୍ଟିତ ଅର୍ଥକୁ ମିଳିମିଶି ହରିଲୁଟ୍‌ କରି ନିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଥିଯୋଗୁ ୟୁସି ଏବଂ ଅଗ୍ରଗତି ରିପୋର୍ଟ ଦିଆଯାଉ ନ ଥିବା କୁହାଯାଉଛି।
ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟରେ ୨ଟି ପର୍ଯ୍ୟାୟରେ ଯାଜପୁର ଜିଲାର ୭ ସ୍କୁଲକୁ ଅନୁଦାନ ଦିଆଯାଇଥିଲା। ଏଥିରେ ୨୦୧୯-୨୦ରେ ବଡଚଣା ବ୍ଲକର ପଲ୍ଲୀପ୍ରଭା ବିଦ୍ୟାନିକେତନର ବିଜ୍ଞାନାଗାର ପାଇଁ ୧୧.୯୯ ଲକ୍ଷ ଟଙ୍କା, ଆର୍ଟ/କ୍ରାଫ୍ଟ/କଲଚର ଗୃହ ପାଇଁ ୧୧.୨୫ ଲକ୍ଷ ଟଙ୍କା, ଲାଇବ୍ରେରି ଗୃହ ପାଇଁ ୧୪.୦୪ ଲକ୍ଷ ଟଙ୍କା ଏବଂ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୧୧.୨୫ ଲକ୍ଷ ଟଙ୍କା ଭାବେ ମୋଟ ୪୮.୫୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ଦଶରଥପୁର ବ୍ଳକର କଂସାଲଡ଼ିହ ଶ୍ରୀମା ହାଇସ୍କୁଲକୁ ମୋଟ ୪୮.୫୩ ଲକ୍ଷ ଟଙ୍କା, ଧର୍ମଶାଳା ବ୍ଲକ ମଧୁପୁରଗଡ଼ ହାଇସ୍କୁଲକୁ ୫୯.୭୮ ଲକ୍ଷ ଟଙ୍କା, ଯାଜପୁର ବ୍ଲକ ସତ୍ୟସାଇ ହାଇସ୍କୁଲ ପାଇଁ ୪୮.୫୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୭-୧୮ ବର୍ଷରେ ବରୀ ବ୍ଲକ କୃପାସିନ୍ଧୁ ବିଦ୍ୟାଭବନର ବିଜ୍ଞାନାଗାର ଓ ଲାଇବ୍ରେରି ଗୃହ ପାଇଁ ୨୨.୫୨୫ ଲକ୍ଷ ଏବଂ ଯାଜପୁର ବ୍ଲକର ବରୁଆଁ ପଞ୍ଚାୟତ ହାଇସ୍କୁଲ ପାଇଁ ମୋଟ ୫୪.୬୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
୨୦୧୯-୨୦ ବର୍ଷରେ ବଡ଼ଚଣା ପଲ୍ଲୀପ୍ରଭା ବିଦ୍ୟାନିକେତନର ଲାବ୍‌ ସାମଗ୍ରୀ ଓ ଫର୍ନିଚର ବାବଦକୁ ୪.୭ ଲକ୍ଷ ଟଙ୍କା, ବରୀ ବ୍ଲକ କୃପାସିନ୍ଧୁ ବିଦ୍ୟାଭବନର ଫର୍ନିଚର ଓ ଲାବ୍‌ ସାମଗ୍ରୀ ବାବଦକୁ ୨.୭୩ ଲକ୍ଷ ଟଙ୍କା, ଦଶରଥପୁର ବ୍ଳକ କଂସାଲଡ଼ିହ ଶ୍ରୀମା ହାଇସ୍କୁଲର ଫର୍ନିଚର ଓ ଲାବ୍‌ ସାମଗ୍ରୀ ପାଇଁ ୪.୭ ଲକ୍ଷ ଟଙ୍କା ସମେତ ମଧୁପୁରଗଡ଼ ହାଇସ୍କୁଲ ପାଇଁ ୫.୧ ଲକ୍ଷ ଟଙ୍କା, ବରୁଆଁ ପଞ୍ଚାୟତ ହାଇସ୍କୁଲ ପାଇଁ ୩.୭୨୫ ଲକ୍ଷ ଟଙ୍କା, ଯାଜପୁର ବ୍ଲକର ପୁରୁଷୋତ୍ତମପୁର ହାଇସ୍କୁଲ ପାଇଁ ୨.୭୨୫ ଲକ୍ଷ ଟଙ୍କା ଏବଂ ସତ୍ୟସାହି ହାଇସ୍କୁଲର ଫର୍ନିଚର ଓ ଲାବ୍‌ ସାମଗ୍ରୀ ବାବଦକୁ ୪.୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉପରୋକ୍ତ ସମସ୍ତ ସ୍କୁଲରେ ଏହିସବୁ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ଉଠିଥିବାବେଳେ ଏତେ ବିପୁଳ ପରିମାଣର ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନ ହେଉଛି। ଏନେଇ ଯାଜପୁର ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜକ ୩୧ା୧ା୨୦୨୨ରେ ସମ୍ପୃକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କୁ ପତ୍ର ଲେଖି ୭ ଦିନ ମଧ୍ୟରେ ୟୁସି ଓ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଥିଲେ। ତେବେ ଏହି ପତ୍ର ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଜିଲା ପ୍ରକଳ୍ପ ସଂଯୋଜକ ଗତ ୨୦ ତାରିଖରେ ପୁଣି ସେହି ପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ମଙ୍ଗଳବାର ସନ୍ଧ୍ୟା ୫ଟା ୫୬ ମିନିଟ ସମୟରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri