ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ମୋହନ ବାଗାନ ସୁପର ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚ୍ରେ ଏହି ଦଳ ହାଇଦ୍ରାବାଦ ଏଫ୍ସିକୁ ୨-୧ ଗୋଲରେ ପରାସ୍ତ କରିଛି। ଅନ୍ୟ ପକ୍ଷରେ ଏହି ମ୍ୟାଚରେ ଭଲ ଖେଳିବା ସତ୍ତ୍ୱେ ଭାଗ୍ୟ ସାଥ୍ ନ ଦେବାରୁ ହାଇଦ୍ରାବାଦ ଏଫ୍ସି କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଫଳରେ ଗ୍ରୁପ୍ ‘ଏ’ରେ ୬ ପଏଣ୍ଟ ସହ ମୋହନ ବାଗାନ ସୁପର ଜାଏଣ୍ଟ୍ସ ଟେବୁଲର ୨ୟ ସ୍ଥାନରେ ରହି ନକ୍ଆଉଟ ପ୍ରବେଶ ସମ୍ଭାବନା ଉଜ୍ଜୀବିତ କରିଛି। ମ୍ୟାଚ୍ର ୭ମ ମିନିଟରେ ଏକ ଗୋଲ ଦେଇ ହାଇଦ୍ରାବାଦ୍ ଏଫ୍ସିକୁ ଅଗ୍ରଣୀ କରିଥିଲେ ରାମଲୁଚୁଙ୍ଗା। ମୋହନ ବାଗାନ ଦଳ ଗୋଲ ପରିଶୋଧ ପାଇଁ ଜୋରଦାର ଉଦ୍ୟମ କରିଥିଲେ ହେଁ ପ୍ରଥମାର୍ଦ୍ଧ ଶେଷ ବେଳକୁ ହାଇଦ୍ରାବାଦ ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ହାଇଦ୍ରାବାଦ ପ୍ରଭାବୀ ପ୍ରଦର୍ଶନ କରିଥିଲା। ତେବେ ମ୍ୟାଚର ଶେଷ ପର୍ଯ୍ୟାୟରେ ମୋହନ ବାଗାନ ଏସ୍ଜିକୁ ଭାଗ୍ୟ ସାଥ୍ ଦେଇଥିଲା। ୮୮ତମ ମିନିଟରେ ହାଇଦ୍ରାବାଦ ବକ୍ସ ଏରିଆରେ ବଲ୍ ପାଇଁ ସଂଘର୍ଷ ଚାଲିଥିବାବେଳେ ଜେରେମି ଜୋମିଙ୍ଗଲୁଆଙ୍କ ଆତ୍ମଘାତୀ ଗୋଲ ଯୋଗୁ ମାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ଇଞ୍ଜୁରି ଟାଇମ୍ ଅର୍ଥାତ୍ ୯୦+୨ ମିନିଟରେ ଡିମିଟ୍ରୋସ ପେଟ୍ରାଟୋସ ଏକ ଗୋଲ ଦେଇ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ବିଜୟୀ କରିଥିଲେ। ବିପଜ୍ଜନକ ଖେଳ ପାଇଁ ହାଇଦ୍ରାବାଦ ଏଫ୍ସିର ୫ ଓ ମୋହନ ବାଗାନ ସୁପର ଜାଏଣ୍ଟ୍ସର ଜଣେ ଖେଳାଳି ୟେଲୋ କାର୍ଡ ପାଇଥିଲେ। ତେବେ ହାଇଦ୍ରାବାଦ ଦଳ ପରାଜିତ ହୋଇଥିଲେ ହେଁ ପୂରା ମ୍ୟାଚରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ରାମଲୁଚୁଙ୍ଗା ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ
ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା
ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
Archives


