Categories: ଖେଳ

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଖରା ହେବ ବୋଲି କହିଛନ୍ତି। ତେବେ ଯଦି ଏହି ମ୍ୟାଚ୍‌ ଖେଳାଯାଏ ତେବେ ଭାରତ ନୂତନ ଟିମ୍‌ ସହ ଓହ୍ଲାଇବ।

ଋଷଭ ପନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଓପନର ଭୂମିକା ତୁଲାଇ ପାରନ୍ତି। ଅପରପକ୍ଷେ ଈଶାନ କିଶନ ଏବଂ ଶୁଭମନ ଗିଲଙ୍କୁ ମଧ୍ୟ ସମାନ ଦାବିଦାର ବୋଲି କୁହାଯାଉଛି। ଏଣୁ ପନ୍ତଙ୍କୁ କେଉଁ ସ୍ଥାନ ମିଳୁଛି ତାହା ମ୍ୟାଚ୍‌ ଆରମ୍ଭ ପରେ ଜଣାପଡ଼ିବ।

ସମ୍ଭାବ୍ୟ ଭାରତ ଏକାଦଶ:
ଶୁଭମନ ଗିଲ, ଈଶାନ କିଶନ, ଶ୍ରେୟାସ ଆୟର/ସଞ୍ଜୁ ସାମସନ/ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଉମରାନ ମଲିକ/ହର୍ଷଲ ପଟେଲ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ:
ଫିନ୍‌ ଆଲେନ୍‌, ଡିଭନ୍‌ କନ୍‌ଓ୍ବେ, କେନ୍‌ ଓ୍ବିଲିୟମସନ, ଗ୍ଲେନ୍‌ ଫିଲିପ୍ସ, ଡାରିଲ୍‌ ମିଚେଲ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର, ଟିମ୍‌ ସାଉଥୀ, ଇସ୍‌ ସୋଡି, ଆଡାମ ମିଲନେ, ଲକି ଫର୍ଗୁସନ

Share