Posted inଖେଳ

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌ ମନେହେଉଛି। ପ୍ରଥମ ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଟି୨୦ ଜିତିଲେ ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇବ। ଆଗକୁ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଏହି ସିରିଜ ବିଜୟ ଭାରତର ଆତ୍ମବିଶ୍ୱାସକୁ ଆହୁରି ବଢାଇବ।
କେତେଜଣ ଭାରତୀୟ ଖେଳାଳି ଇତିମଧ୍ୟରେ ଟେଷ୍ଟ ଫର୍ମାଟ ପାଇଁ ମଧ୍ୟ ଅଭ୍ୟାସ କରିଆସୁଛନ୍ତି। କାନ୍‌ବେରାରେ ଦୁଇଟି ସୀମିତ ଓଭର ମ୍ୟାଚ୍‌ ଜିତିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଏସ୍‌ସିଜିରେ ଖେଳାଯିବାକୁ ଥିବା ବାକି ଦୁଇଟି ଟି୨୦ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି। ଭାରତର ପ୍ରଥମ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ୟୁଜବେନ୍ଦ୍ର ଚହଲ ଜବରଦସ୍ତ ବୋଲିଂ କରି ପ୍ରଥମ ଟି୨୦ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏବେ ପୂରା ଆତ୍ମବିଶ୍ୱାସର ସହ ଭାରତ ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ତେବେ ଜାଡେଜାଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। ଜାଡେଜା ୨୩ ବଲରୁ ଦ୍ରୁତ ୪୪ ରନକରି ଭାରତକୁ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନ କରିଥିଲେ।
୫ଜଣ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରନ୍ତୁ ଓ ଦଳ ଲୋୟର ଅର୍ଡର ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର ନ କରୁ ବୋଲି କୋହଲି ଚାହିଁବେ। ଏହା ହେଲେ ଭାରତ ଭଲ ଟାର୍ଗେଟ ଧାର୍ଯ୍ୟ କରିବ କିମ୍ବା ବଡ଼ ଟାର୍ଗେଟର ଚେଜ୍‌ ମଧ୍ୟ କରିବ। ସୁପରଫର୍ମରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ସମ୍ପୂର୍ଣ୍ଣ ରୂପେ ଫିଟ୍‌ ନାହାନ୍ତି ଓ ଏହା ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ପୁଣି ତାରକା ଓପନର ଡେଭିଡ୍‌ ଓ୍ବାର୍ନର ଗ୍ରୋନ୍‌ ଇଞ୍ଜୁରି କାରଣରୁ ଅନୁପସ୍ଥିତ ରହିବେ। ତେଣୁ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ଯେଉଁ ମୁମେଣ୍ଟମ ହାସଲ କରିଥିଲା ତାହା ଆଉ ରହିନାହିଁ। ଓପନର ଡି’ଆର୍କି ଶର୍ଟ ଫର୍ମରେ ନାହାନ୍ତି। ଗତ ମ୍ୟାଚ୍‌ରେ ଚହଲ ତାଙ୍କ ଦୁର୍ବଳତା ପଦାରେ ପକାଇଛନ୍ତି। ପୁଣି ଷ୍ଟିଭ୍‌ ସ୍ମିଥ୍‌ ଟି୨୦ରେ ସେତେଟା ଶ୍ରେଷ୍ଠତା ପ୍ରତିପାଦନ କରିପାରି ନାହାନ୍ତି। ତେବେ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ସେହିପରି ଧୂଆଁଧାର ବ୍ୟାଟିଂ କରୁଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଅନ୍ତିମ ଦିନିକିଆ ଓ ପ୍ରଥମ ଟି୨୦ରେ ଯଶପ୍ରୀତ ବୁମ୍‌ରା ଓ ଟି. ନଟରାଜନଙ୍କୁ ଖେଳିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ତାଙ୍କ ଦୁର୍ବଳତା ପଦାରେ ପଡିଥିଲା। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ସଫଳ ହେଲେ ଭାରତର ଅଧା କାର୍ଯ୍ୟ ସମ୍ପାଦିତ ହେବ। ପ୍ରଥମ ଦିନିକିଆରେ ଶତକ ହାସଲ କରିବା ପରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଶନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ଅଧିନାୟକ କୋହଲି ମଧ୍ୟ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ଯଦି ସେ ଏକ ବଡ଼ ଇନିଂସ ଖେଳନ୍ତି ତା’ହେଲେ ଭାରତର ସମସ୍ୟା ଯଥେଷ୍ଟ ପରିମାଣରେ କମିବ। ମିଡିଲ ଅର୍ଡରରେ ମନୀଷ ପାଣ୍ଡେ ପୁଣି ସୁଯୋଗ ମିଳିବ କି ନା ତାହା ଦେଖିବାକୁ ବାକି ରହିଲା। ସ୍ପିନର ଆଡାମ ଜାମ୍ପାଙ୍କୁ ଖେଳିବାରେ ସେ ବେଶ୍‌ ସହଜ ନ ଥିଲେ ଓ ଅଯଥାରେ କେତେକ ଡଟ୍‌ ବଲ୍‌ଗୁଡିକ ଦେଇଥିଲେ। ମନୀଷ ଓ ଶ୍ରେୟାସ ଆୟାର ସମାନ ପ୍ରକାର ଖେଳାଳି। ତେଣୁ କାଉଣ୍ଟର ଆଟାକ କରିବା ପୂର୍ବରୁ ଏହି ଦୁଇଜଣ କିଛି ସମୟ ଆବଶ୍ୟକ କରିଥାନ୍ତି। ସେହିପରି ସଞ୍ଜୁ ସାମସନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅନ୍ତିମ ୬ ଓଭରରେ ବ୍ୟବହାର କରିହେବ। ଯଦିଓ ସାମସନ ଖେଳିଥିବା କେତୋଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସେତେଟା ପ୍ରଭାବୀ ମନେ ହୋଇନାହାନ୍ତି।
ଅପରକ୍ଷରେ ଅଷ୍ଟ୍ରେଲିଆ ଦଳରେ ଅଭିଜ୍ଞ ଟେଷ୍ଟ ସ୍ପୋଶାଲିଷ୍ଟ ତଥା ସ୍ପିନର ନାଥନ ଲିୟନଙ୍କୁ ଟି୨୦ ଦଳରେ ସାମିଲ କରାଯାଇଛି। ମିଚେଲ ସ୍ବେପସନଙ୍କ ବଦଳରେ ତାଙ୍କ ଅନ୍ତିମ ଏକାଦଶରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ବେପସନ କିନ୍ତୁ କୋହଲିଙ୍କୁ ଆଉଟ କରି ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥିଲେ। ସେ ୨ ଓଭରରେ ଅଧିକ ଶର୍ଟ ବଲ୍‌ ପକାଇଥିଲେ। ସେ ଅଷ୍ଟ୍ରେଲିଆର ସମସ୍ୟା ବଢାଇପାରନ୍ତି। ପାଓ୍ବାର ପ୍ଲେରେ ଲିୟନଙ୍କୁ ବୋଲିଂର ସୁଯୋଗ ଦିଆଯାଇପାରେ। ଯେଉଁଭଳି ପ୍ରଥମ ୬ ଓଭରରେ ଓ୍ବାଶିଂଟନ ସୁନ୍ଦର ଭାରତ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଏସ୍‌ସିଜିର ଉଇକେଟ ଫ୍ଲାଟ ରହିବ। ତେଣୁ ମ୍ୟାଚ୍‌ ହାଇସ୍କୋରିଂ ହେବାର ସମ୍ଭାବନା ରହିଛି। ପାଗ ମଧ୍ୟ ସଫା ରହିବ। ୧୦ଟି ଟି୨୦ରେ ଭାରତ ଅପରାଜେୟ ରହିଛି। ଏଥିରେ ଅବଶ୍ୟ ଗୋଟିଏ ବିନା ଫଳାଫଳ ଓ ଦୁଇଟି ଟାଇ ମ୍ୟାଚ୍‌ ରହିଛି। ଦୁଇ ବର୍ଷ ତଳେ ଏହି ଗ୍ରାଉଣ୍ଡରେ ଭାରତ ୧୬୫ ରନ୍‌ର ଟାର୍ଗେଟ ଚେଜ୍‌ କରି ସିରିଜକୁ ସମାନସ୍ତରକୁ ଆଣିଥିଲା। ରବିବାର ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ଓ ଏଥିରେ ଜବରଦସ୍ତ ରୋମଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ (ଉପ- ଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଦୀପକ ଚହର, ଟି. ନଟରାଜନ ଓ ଶାର୍ଦ୍ଦୁଳ ଠାକୁର।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧନାୟକ), ସିନ୍‌ ଆବୋଟ, ମିଚେଲ ସ୍ବେପସନ, ଆଲେକ୍ସ କାରେ, ନାଥନ ଲିୟନ, ଜୋଶ ହାଜେଲଉଡ୍‌, ମୋଇସେସ୍‌ ହେନେରିକ୍ସ, ମାର୍ନସ ଲାବୁସେନ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଡାନିଏଲ ସାମ୍ସ, କେନ୍‌ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ମାଥ୍ୟୁ ଓ୍ବେଡ୍‌, ଡି’ଆର୍କି ଶର୍ଟ ଓ ଆଡାମ ଜାମ୍ପା।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧. ୪୦
ଭେନ୍ୟୁ: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ
ପ୍ରସାରଣ: ସୋନି ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri