ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ଇମ୍ଫାଲ,୫ା୩(ପି.ଟି.): ମଣିପୁର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ ଜିଲାର ୨୨ ଆସନରେ ମତଦାନ ହେବ। ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୯୨ ପ୍ରାର୍ଥୀ ଅଛନ୍ତି। ୧,୨୪୭ ବୁଥ୍‌ରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୮.୩୮ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗୈଖାନଗାମ୍‌ ଗଙ୍ଗମେଇ। ଉଭୟ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ଭାଜପା ସମସ୍ତ ୨୨ ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୧୮, ଏନ୍‌ପିପି ୧୧, ଜନତା ଦଳ (ସଂଯୁକ୍ତ) ଏବଂ ନାଗା ପିପୁଲ୍ସ ଫ୍ରଣ୍ଟ ୧୦ଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ୨୨୩ ଭୋଟକେନ୍ଦ୍ରକୁ କେବଳ ମହିଳା କର୍ମଚାରୀ ପରିଚାଳନା କରିବେ। ମଣିପୁରରେ ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃୟାରୀ ୨୮ରେ ଅନୁଷ୍ଠିତ ହୋଇଥିଲା।

Share