ୟୁକ୍ରେନ୍‌ରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର

କ୍ୱିଭ,୨।୩: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ବୁଧବାର  ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନାରୁ ଜଣାପଡ଼ିଛି।

ପ୍ରାଣ ହରାଇଥିବା ଛାତ୍ର ହେଲେ ଚନ୍ଦନ ଜିନ୍ଦଲ। ତାଙ୍କ ବୟସ ୨୨ ଓ ଘର ପଞ୍ଜାବରେ। ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ହଠାତ୍‌ ସେ ଷ୍ଟ୍ରୋକର ଶିକାର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚନ୍ଦନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ପରିବାରଲୋକେ ଏନେଇ ଅବଗତ ହେବା ପରେ ତାଙ୍କ ମୃତଦେହକୁ ଆଣିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

କହିରଖୁଛୁ, ମଙ୍ଗଳବାର ଖର୍କିଭ୍‌ରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ। ସେ ୟୁକ୍ରେନ୍‌ର ଖର୍କିଭ ନ୍ୟାଶନାଲ ମେଡିକା ୟୁନିଭର୍ସିଟିରେ ଡାକ୍ତରୀ ପଢ଼ୁଥିଲେ। ତାଙ୍କ ମୃତ୍ୟୁ ଦେଇ ଭାରତର ବହିର୍ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା।

Share