ପାକିସ୍ତାନରେ ଗୋଟିଏ ମାସରେ ଦ୍ୱିତୀୟ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

ଇସଲାମାବାଦ,୩୧ ।୩: ପାକିସ୍ତାନରେ ପୁଣିଥରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି । କରାଚି ନଗର ନିଗମର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ବିରବଲ ଜେନାନି କିଲ୍‌ୟାରିଙ୍କୁ ଏକ୍ସପ୍ରେସ ୱେ ନିକଟରେ ଗୁଳି କରାଯାଇଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏହି ଘଟଣାରେ ତାଙ୍କର ଆସିଷ୍ଟାଣ୍ଡ କୁରାଲ-ଉଲ-ଏନ ବି ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ବିରୋଧ କରି ହିନ୍ଦୁ ସମୁଦାୟର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନରେ ଗୋଟିଏ ମାସରେ ଦ୍ୱିତୀୟ ହିନ୍ଦୁ ଡାକ୍ତରଙ୍କୁ ଟାର୍ଗେଟ କରାଯାଇଛି, ଏହାକୁ ଟାର୍ଗେଟ କିଲିଂ ଆଶଙ୍କା କରାଯାଉଛି ।

Share