Categories: ଜାତୀୟ

ଅରୁଣାଞ୍ଚଳରେ ଦ୍ୱିତୀୟ ଏନକ୍ଲେଭ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ଦ୍ୱିତୀୟ ଏନ୍‌କ୍ଲେଭ ନିର୍ମାଣ କରିଛି। ଭାରତ ସୀମା ମଧ୍ୟରେ ନିର୍ମିତ ଏନ୍‌କ୍ଲେଭରେ ରହିଛି ୬୦ ବିଲ୍ଡିଂ। ଏକ ଜାତୀୟ ଗଣମାଧ୍ୟମ ହାତରେ ଲାଗିଥିବା ନୂଆ ସାଟେଲାଇଟ୍‌ ଫଟୋ ଚିତ୍ରରେ ଏହା ଦର୍ଶାଯାଇଛି।

ଉକ୍ତ ସାଟେଲାଇଟ୍‌ ଫଟୋ ଅନୁଯାୟୀ, ୨୦୧୯ ସୁଦ୍ଧା ଏନ୍‌କ୍ଲେଭର ଅସ୍ଥିତ୍ୱ ନ ଥିଲା। ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ନିର୍ମାଣ କରିଥିବା ପ୍ରଥମ ଗ୍ରାମଠାରୁ ୯୩ କିମି ଦୂରରେ ଅଛି ଦ୍ୱିତୀୟ କନକ୍ଲେଭ। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଓ ଅନ୍ତର୍ଜାତୀୟ ସୀମା ମଧ୍ୟରେ ପ୍ରାୟ ୬ କିମି ଭିତରେ ଏହାର ନିର୍ମାଣ କରାଯାଇଛି। ଏହି ସ୍ଥାନକୁ ଭାରତ ସର୍ବଦା ନିଜର ଦର୍ଶାଇଆସିଛି। କିନ୍ତୁ ଭାରତ ଭୂଖଣ୍ଡ ମଧ୍ୟରେ କିଛି ଅଞ୍ଚଳକୁ ଚାଇନା ବେଆଇନ ଭାବେ ମାଡ଼ି ବଶିଛି। ତେବେ ସାଟେଲାଇଟ୍‌ ଫଟୋ ଉପରେ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ।

Share