Categories: ଜାତୀୟ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ହାରରେ ମତଦାନ ହୋଇଥିବା ସୂଚନା ମିଳିଛି। ପ୍ରଥମ ୨ ଘଣ୍ଟାରେ ଆସାମରେ ୯.୫୧ ପ୍ରତିଶତ ମତଦାନ ହୋଇଛି। ଛତିଶଗଡ଼ରେ ମାଓବାଦୀଙ୍କ ଧମକ ସତ୍ତ୍ୱେ ଲୋକେ ଏହାକୁ ଖାତିର ନ କରି ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜର ମତ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ୨ ଘଣ୍ଟାରେ ଏଠାରେ ୭.୭୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ସେହିପରି ବିହାରରେ ୭.୮୩, ଉତ୍ତର ପ୍ରଦେଶରେ ୩.୯୯, ଓଡ଼ିଶାରେ୨.୧୫ ଓ ପଶ୍ଚିମବଙ୍ଗରେ ସର୍ବନିମ୍ନ ୦.୫୫ ପ୍ରତିଶତ ମତଦାନ ହୋଇଛି।

Share