ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ଚୋରି ଘଟଣାରେ ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି। ନିଜେ ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ୯ ଦିନର ତଦନ୍ତ ପରେ ଚୋରଙ୍କୁ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଘଟଣାର ଗୁରବାର ପୋଲିସ ଫର୍ଦ୍ଦାଫାସ କରିଛନ୍ତି।

ଯାହାଦ୍ୱାରା ଅଞ୍ଚଳରେ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତଘଟିଛି। ଲୋକଙ୍କ ସନ୍ଦେହକୁ ନେଇ ଏକମାତ୍ର ଧରିତ୍ରୀରେ ପ୍ରକାଶିତ ଖବର ସତ୍ୟ ହୋଇଛି। ପୋଲିସ ଚାରିଜଣ ସେବାୟତ ଓ ଦୁଇଜଣ ସୁରକ୍ଷାକର୍ମୀଙ୍କୁ (ରାତ୍ରଜଗୁଆଳ)ଙ୍କୁ ଗୁରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହାସହ ସେମାନଙ୍କ ନିକଟରୁ ହୁଣ୍ଡିରୁ ଚୋରାଇ ନେଇଥିବା ୩୯ ହଜାର ଟଙ୍କା ସହ ଘଟଣାରେ ବ୍ୟବହୃତ ଇଲେକ୍ଟ୍ରି କଟର,ତାର,ତିନିଟି ମୋଟର ସାଇକେଲ,ତିନିଗୋଟି ମୋବାଇଲଫୋନ, ମଦ ବୋତଲକୁ ଜବତ କରିଛନ୍ତି।

ଗିରଫ ଯୁବକ ମାନେ ହେଲେ ମାଙ୍କ ସେବାୟତ ପ୍ରତାପୁର ଗ୍ରାମର ଗୌତମ ରଣା(୨୮) ଓ ଗୋବିନ୍ଦପୁର ଗ୍ରାମର ଅମୁଲ୍ୟ ରଣା(୨୮) ବିକାଶ ରଣା (୨୦) ରବିନ କୁମାର ରଣା( ୨୫) ଓ ରାତ୍ର ଜଗୁଆଳ ରାଇପୁର ଗ୍ରାମର କାଳିଆ ଦାସ (୩୫) ବଳିଆ ଓରଫ ବଳରାମ ନାହାକ (୪୫)। ଏନେଇ ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ଖବରଦାତା ସମ୍ମୀଳନିରେ କହିଛନ୍ତି ଯେ ମନ୍ଦିର ସେବାୟତ ତପନକୁମାର ରଣା ଗତ ୬ ତାରିଖ ସକାଳେ ତାରାତାରିଣୀଙ୍କ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

କେସ ନଂ ୭୩୯/୨୪ ଉପରେ ତଦନ୍ତ ଚାଲିଥିବା ବେଳେ ରାତ୍ର ଜଗୁଆଳ କାଳିଆ ଦାସକୁ ସନ୍ଦେହରେ ପୋଲିସ ଉଠାଇ ଆଣି ପଚାରାଉଚରା କରିବା ବେଳେ ସେ ଘଟଣା ସମ୍ପର୍କରେ ସ୍ୱୀକାର କରିଥିଲା। ଏହି ଆଧାରରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଆଣି ପଚାରିବା ବେଳେ ସେମାନେ ଚୋରି କରିଥିବାନେଇ ସ୍ୱୀକାର କରିବା ସହ କିଭଳି ଚୋରି କରିଛନ୍ତି ତାହା ବର୍ଣନା କରିଥିଲେ। ସେମାନଙ୍କ ଠାରୁ ବ୍ୟବହୃତ ଜିନିସ ଓ ଚୋରି ଟଙ୍କାକୁ ଜବତ କରାଯାଇଥିଲା। ଯାହାକି କାଳିଆ ଠାରୁ କଟର ମେସିନ, ବଳିଆ ଠାରୁ ଇଲେକ୍ଟ୍ରି ତାର, ଅମୁଲ୍ୟଠାରୁ ୨୧ ହଜାର ଟଙ୍କା ଓ ରବିନ ଠାରୁ ୧୮ ହଜାର ଟଙ୍କା ଜବତ କରିବା ସହ ସେମାନେ ବ୍ୟବହୃତ ୩ ଟି ମୋଟର ସାଇକେଲକୁ ଜବତ କରାଯାଇଛି।

ତେବେ ଅଳଙ୍କାର ସମ୍ପର୍କରେ ଏମାନେ କୌଣସି ସୂଚନା ଦେଇ ନାହାନ୍ତି। ଏହାକୁ ନେଇ ପୁଣି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯିବ। ଘଟଣାର ଆହୁରି ତଦନ୍ତ ଚାଲିଥିବା ଏସଡିପିଓ ରଜନିକାନ୍ତ ସାମଲ କହିଛନ୍ତି। ସୂଚନାଯୋଗ୍ୟ ଏହି ଘଟଣା ପରେ ମନ୍ଦିର ସ୍ଥିତିକୁ ନେଇ ସେବାୟତଙ୍କ ଭୂମିକା ସଂଦେହ ଜନକ ହୋଇପଡିଥିବା ସହ ଲୋକେ କିଛି ସେବାୟତ ଓ ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଠି ଉଠାଇ ଚର୍ଚ୍ଚା କରିବାରେ ଲାଗିଥିଲେ। ଏହାକୁ ନେଇ ଏକ ମାତ୍ର ଧରିତ୍ରୀ ପୋର୍ଟଲାରେ ଗତ ୮ ତାରିଖରେ ଏକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଯାହାକି ଲୋକଙ୍କ ସନ୍ଦେହର ଚର୍ଚ୍ଚା ବର୍ତ୍ତମାନ ସତ୍ୟ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri