ସମୁଦ୍ର କୂଳରେ ଆତଙ୍କ ଖେଳାଉଛି ଏହି ପକ୍ଷୀ, ଥଣ୍ଟ ମାରି ମୁଣ୍ଡରୁ ପିଇ ଯାଉଛି ରକ୍ତ

ଲଣ୍ଡନ,୧୭ା୭: ବ୍ରିଟେନର ସମୁଦ୍ର କୂଳରେ ସୁରକ୍ଷାକର୍ମୀ, ପୋଷ୍ଟମ୍ୟାନ୍‌ ଏବଂ ସାଧାରଣ ଲୋକେ ଆଜିକାଲି ଭୟଭୀତ ଅବସ୍ଥାରେ ରହୁଛନ୍ତି। କାରଣ ଏକ ସମୁଦ୍ର ପକ୍ଷୀ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଯେଉଁଥିପାଇଁ ସେମାନେ ନିଜକୁ ରକ୍ଷା କରିବା ପାଇଁ ମଜଭୁତ ହେଲମେଟ୍‌ ପିନ୍ଧିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ସମୁଦ୍ର ପକ୍ଷୀ କୁହାଯାଉଥିବା ସିଗଲ ବହୁତ ଆତଙ୍କ ସୃଷ୍ଟି କରୁଛି। ଏହି ପକ୍ଷୀ ଭାବୁଛି ମଣିଷମାନେ ତା’ର କ୍ଷତି କରୁଛନ୍ତି। ତେଣୁ ସେ ଲୋକଙ୍କ ଉପରେ ଆକ୍ରମଣ କରୁଛି। ମୁଣ୍ଡରେ ଥଣ୍ଟ ମାରି ରକ୍ତ ପିଇ ଯାଉଛି। ଜଣେ ଡାକ ପିଅନ କହିଛନ୍ତି, ଏହା ବହୁତ ଭୟାନକ। ହେଲ୍‌ମେଟ ପିନ୍ଧିଲେ ହିଁ ଏହି ପକ୍ଷୀ ଦାଉରୁ ରକ୍ଷା ମିଳିବ।

ସ୍ଥାନୀୟ ୭୪ ବର୍ଷୀୟ ନିକୋଲାସ କୁହନ୍ତି, ସିଗଲ ପକ୍ଷୀ ମୁ୍‌ଣ୍ଡରେ ଥଣ୍ଟ ମାରି ଅନେକ ଲୋକଙ୍କୁ ଆହତ କରିସାରିଲାଣି। ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ଏହା ବହୁତ କ୍ଷତି କରିବ। ତେଣୁ ଏଥିପ୍ରତି ବେଳହୁଁ ସାବଧାନ।

Share