Categories: ଜାତୀୟ

ମଣିପୁରରେ ସର୍ଚ୍ଚ ଅପରେଶନ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ,୨୧।୯: ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଜିଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି। ଏଥିସହ ୧୨୭ଟି ଚେକ୍‌ ପୋଷ୍ଟ ନିର୍ମାଣ କରାଯିବା ସହ ଆଇନ ଅମାନ୍ୟ ଅଭିଯୋଗରେ ୮୭୩ ଜଣଙ୍କୁ ଅଟକ ରଖାଯାଇଛି। ସୁରକ୍ଷାକର୍ମୀମାନେ ହିଂସା ପ୍ରଭାବିତ ପଶ୍ଚିମ ଇମ୍ଫାଲ, ଥଉବାଲ୍‌, ବିଷ୍ଣୁପୁର, କଙ୍ଗପୋକପି ଏବଂ ଚୁରାଚନ୍ଦ୍ରପୁର ଜିଲାରେ ସର୍ଚ୍ଚ ଅପରେଶନ କରିଛନ୍ତି। ଏହି ସମୟରେ ୨ଟି ଦେଶୀ ବନ୍ଧୁକ, ୫୦ଟି ଗୁଳି ସହ ୮ଟି ବୋମା ଜବତ ହୋଇଥିବା ପୋଲିସ କହିଛି। ଆସାମ ରାଇଫଲ୍ସ ଓ ରାଜ୍ୟ ପୋଲିସ ଯବାନଙ୍କ ମିଳିତ ଟିମ୍‌ କଙ୍ଗପୋକପି ଜିଲାର ଏକ ଗାଁରେ ଚଢ଼ାଉ କରିଥିବା ବେଳେ ୪ଟି ମୋଟାର ବୋମା ଜବତ ହୋଇଛି।

Share