ଆଉ ୨୪ ଗ୍ରହରେ ପୃଥିବୀ ଭଳି ଜୀବନ ଥିବା ନେଇ ସନ୍ଧାନ ହେବ ଆରମ୍ଭ…

ଓ୍ବାଶିଂଟନ,୨୮।୧୧ : ପୃଥିବୀ ବ୍ୟତୀତ, ଆମ ବ୍ରହ୍ମାଣ୍ଡରେ ଅନ୍ୟ ୨୪ ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବିଦ୍ୟମାନ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଏପରି ଗ୍ରହ ରହିଛି, ଯେଉଁଠି ପୃଥିବୀ ଅପେକ୍ଷା ଅଧି ଉନ୍ନତ ଜୀବନ ସତ୍ତା ରହିଛି। ଏହି ଗ୍ରହମାନଙ୍କୁ ସୁପର ହାବିଟେବୁଲ ପ୍ଲାନେଟ କୁହାଯାଇପାରେ।

ୱାଶିଂଟନ ୟୁନିଭରସିଟି ଏବଂ ବର୍ଲିନ ବୈଷୟିକ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ଡର୍କ ଶୁଲଜ-ମାକୁଚ କହିଛନ୍ତି ଯେ ପୃଥିବୀ ପରି ସମ୍ଭାବ୍ୟ ଗ୍ରହଗୁଡିକ ପାଇଁ ଆମେ ନିରନ୍ତର ସନ୍ଧାନ କରୁଛୁ। ଏନେଇ ଯୋଜନାବଦ୍ଧ ଭାବେ ସନ୍ଧାନ ଆରମ୍ଭ କରାଯିବ।

ଶୁଲଜ-ମାକୁଚ ଏବଂ ତାଙ୍କ ଦଳ ୨୪ ସୁପର-ବାସଯୋଗ୍ୟ ଗ୍ରହ ଚିହ୍ନଟ କରିଛନ୍ତି। ସେଥିମଧ୍ୟରେ କେଓଆଇ-୫୭୧୫.୦୧ ନାମକ ଗ୍ରହ ପ୍ରାୟ ୫୫୦ କୋଟି ବର୍ଷ ପୁରୁଣା। ଏହା ୨,୯୬୫ ଆଲୋକ-ବର୍ଷ ଦୂରରେ ଥିବା ଏକ କମଳା ରଙ୍ଗର ତାରାକୁ ପରିକ୍ରମା କରେ। ଏହାର ହାରାହାରି ଭୂପୃଷ୍ଠର ତାପମାତ୍ରା ପୃଥିବୀର ତୁଳନାରେ ପ୍ରାୟ ୨.୪ ଡିଗ୍ରୀ ସେଲସିୟସ ଥଣ୍ଡା ହୋଇପାରେ। କିନ୍ତୁ ଯଦି ଉତ୍ତାପକୁ ବଜାୟ ରଖିବା ପାଇଁ ପୃଥିବୀ ଅପେକ୍ଷା ଅଧିକ ଗ୍ରୀନ ହାଉସ ଗ୍ୟାସ ଏଠାରେ ଥାଏ, ତେବେ ଏହା ବାସଯୋଗ୍ୟ ହୋଇପାରିବ।

ସେହିପରି କେଓଆଇ-୫୫୫୪.୦୧ ଗ୍ରହ ପ୍ରାୟ ୬୫୦ ବର୍ଷ ପୁରୁଣା। ଏହାର ବ୍ୟାସ ପୃଥିବୀର ୦.୭୨ ଠାରୁ ୧.୨୯ ଗୁଣା ଅଟେ । ଏହା ପୃଥିବୀଠାରୁ ପ୍ରାୟ ୭୦୦ ଆଲୋକ-ବର୍ଷ ଦୂରରେ ଏକ ହଳଦିଆ ରଙ୍ଗର ତାରାକୁ ପରିକ୍ରମା କରୁଛି। ୨୪ ଟି ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ପୃଥିବୀଠାରୁ ୧୦୦ ଆଲୋକ ବର୍ଷରୁ ଅଧିକ ଦୂରରେ । ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଭବିଷ୍ୟତର ନୂତନ ଟେକ୍ନୋଲୋଜି ମହାକାଶଯାନ ଏବଂ ଟେଲିସ୍କୋପ ସାହାଯ୍ୟରେ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri