ସିଲ୍‌ ହେଲା ଆଉ ୨ ସିନେମା ହଲ୍‌

ପାରଳାଖେମୁଣ୍ଡି, ୧୦।୪(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍‌କୁ ଶନିବାର ସିଲ୍‌ କରିଛି ପ୍ରଶାସନ। ଜୟ ମା’ ଓ ଲକ୍ଷ୍ମୀ ସିନେମା ହଲ୍‌କୁ ଅନିର୍ଦ୍ଦିିଷ୍ଟ କାଳ ଯାଏ ସିଲ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ଏପରି କରାଯାଇଥିବା ଜଣାପଡ଼ିଛି।

ଦୁଇଟି ହଲକୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି। ଯାଞ୍ଚ ବେଳେ ଆବଶ୍ୟକ ଅନୁମତି ପତ୍ର ବା କାଗଜପତ୍ର ନଥିବା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିନେମା ହଲକୁ ସିଲ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ତହସିଲଦାର ।
ପ୍ରକାଶ ଯେ, କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ଶୁକ୍ରବାର ରାୟଗଡ଼ାର ଏକ ସିନେମା ହଲ୍‌କୁ ମଧ୍ୟ ସିଲ୍‌ କରାଯାଇଥିଲା।