Categories: ଜାତୀୟ

ସମୁଦ୍ର ପତ୍ତନ ବୃଦ୍ଧି : ଚେନ୍ନାଇ, କୋଲକାତାକୁ ବିପଦ

ନୂଆଦିଲ୍ଲୀ, ୫।୩: ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ବଢ଼ୁଥିବା ସମୁଦ୍ର ପତ୍ତନ ଦ୍ୱାରା ଏସିଆର ଅନେକ ବଡ଼ ସହର ପାଇଁ ବିପଦ ସୃଷ୍ଟି ଆଶଙ୍କା ଥିତ୍ବା ବିଶେଷଜ୍ଞଙ୍କ ପକ୍ଷରୁ ହୋଇଥିବା ଅଧ୍ୟୟନରେ କୁହାଯାଇଛି। ଭାରତରେ ୨୧୦୦ ବେଳକୁ ଚେନ୍ନାଇ, କୋଲକାତା ଭଳି ବଡ଼ ସହର ଏବଂ ପ୍ରଶାନ୍ତ ମହାସାଗରର ପଶ୍ଚିମାଞ୍ଚଗୁଡ଼ିକ ପ୍ରତି ବିପଦ ବଢ଼ିଯିବ। ଅନ୍ୟପକ୍ଷେ ଚେନ୍ନାଇ, କୋଲକାତା ଭଳି ସବୁଜ ବାଷ୍ପ ପ୍ରଭାବରେ ୟାଙ୍ଗୁନ, ବ୍ୟାଙ୍କକ୍‌ ମାନିଲା ଭଳି ସହରଗୁଡ଼ିକର ସ୍ଥିତି ଜଟିଳ ହୋଇପଡ଼ିବ। ଜର୍ନାଲ ନେଚର ଅଫ୍‌ କ୍ଲାଇମେଟ୍‌ ଚେଞ୍ଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସମୁଦ୍ର ଜଳ ତାପମାତ୍ରା ବଢ଼ିବା ଯୋଗୁ ସମୁଦ୍ର ଜଳ ପତ୍ତନ ବଢ଼ିବାରେ ଲାଗିଛି। ଏହାଛଡ଼ା ତରଳୁଥିବା ହିମବାହ ମଧ୍ୟ ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। ଗ୍ଲୋବାଲ କ୍ଲାଇମେଟ୍‌ର କମ୍ପ୍ୟୁଟର ମଡେଲ ଏବଂ ବିଶେଷ ପ୍ରକାର ଷ୍ଟାଟିଷ୍ଟିକାଲ ମଡେଲକୁ ଅଧ୍ୟୟନରେ ପ୍ରୟୋଗ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍‌ ଆଟ୍‌ମୋସ୍ପିୟର ରିସର୍ଚ୍ଚ (ଏନ୍‌ସିଏଆର୍‌) କହିଛି। ସମୁଦ୍ର ପତ୍ତନ ବୃଦ୍ଧି ପାଇଁ ଆଭ୍ୟନ୍ତରୀଣ ଜଳବାୟୁ ପରିବର୍ତ୍ତନଶୀଳତା ମଧ୍ୟ ଦାୟୀ। ତେବେ ୨୦୦୬ ତୁଳନାରେ ୨୧୦୦ ମସିହା ବେଳକୁ ବନ୍ୟା ସ୍ଥିତି ୧୮ ଗୁଣା ବଢ଼ିବ ବୋଲି ଅଧ୍ୟୟନରେ କୁହାଯାଇଛି।

Share