Categories: ଫୁରସତ

ସମୁଦ୍ର ମଧ୍ୟରୁ ମିଳିଲା ଏହି ବିଚିତ୍ର ଜୀବ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉତ୍ତର ଓ୍ବେଲ୍ସର କେର୍ନାରଫନ୍‌ ସମୁଦ୍ର କୂଳରେ ଏକ ପରିବାର ବିଚିତ୍ର ସାମୁଦ୍ରିକ ଜୀବ ଦେଖିବାକୁ ପାଇଥିଲେ। ଯାହାକି ଅନ୍ୟ ସାମୁଦ୍ରିକ ଜୀବମାନଙ୍କଠାରୁ ମୂଲ୍ୟବାନ ଅଟେ। ଏହାର ଦାମ୍‌ ପ୍ରାୟ ୪୮ ଲକ୍ଷ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


୪୭ ବର୍ଷୀୟ ମାର୍ଟିନ୍‌ ଗ୍ରୀନ୍‌ ପରିବାର ସହ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଏହି ଅଜବ ଜୀବ ଉପରେ ନଜର ପଡ଼ିଥିଲା। ଯେତେବେଳେ ତା’ ପାଖକୁ ଯାଇ ଦେଖିଲେ ପଣସ ପରି ଦେଖାଯାଉଥିବା ଏହି ଜୀବ ଉପରେ ହଜାର ହଜାର ସାମୁଦ୍ରିକ ଜୀବ ଏକାଠି ଲାଗି ରହିଥିଲେ। ମାର୍ଟିନ୍‌ ଫେସ୍‌ବୁକ୍‌ରେ ଯେଉଁ ଫଟୋଟି ଶେୟାର କରିଛନ୍ତି ଏଥିରେ ଅତି ଭୟଙ୍କର ଦେଖାଯାଉଛି ଏହି ଜୀବଟି। ଗୋଲାକୃତି ପରି ଏହା ଦେଖାଯାଉଛି। ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି।
ମାଟ୍ରିନ୍‌ କହିଛନ୍ତି, ମୋ’ ସ୍ତ୍ରୀ ଏହି ଜୀବଟିକୁ ପ୍ରଥମେ ଦେଖି ଆମକୁ ଡାକିଥିଲେ। ମୋତେ ଲାଗିଲା ଏହି ଜୀବ ଏ ଦୁନିଆର ନୁହେଁ। ମାର୍ଟିନ୍‌ ଏବଂ ତାଙ୍କ ପୁଅ ଗୁଗ୍‌ଲରେ ସର୍ଚ୍ଚ କରି ଏହି ସାମୁଦ୍ରିକ ଜୀବ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଦୁର୍ଲଭ ଜୀବ ସ୍ପିଶିଜ୍‌ ପର୍ତ୍ତୁଗାଲ ଏବଂ ସ୍ପେନ୍‌ରେ ଦେଖାଯାଏ। ଯାହାକୁ ୫୦ ପାଉଣ୍ଡ ଅର୍ଥାତ୍‌ ୪୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ।

Share