Categories: ଜାତୀୟ

କଲେଜ ଫଙ୍କଶନ୍‌ ପରେ ୧୮୨ ଛାତ୍ରୀଛାତ୍ର ପଜିଟିଭ୍‌

ହୁବଲ୍ଲି,୨୬।୧୧: କର୍ନାଟକର ଧରଓ୍ବାଦ୍‌ ଅନ୍ତର୍ଗତ ସତ୍ତୁରଠାରେ ଥିବା ଏସ୍‌ଡିଏମ୍‌ କଲେଜ ଅଫ୍‌ ମେଡିକାଲ ସାଇନ୍ସରେ ଶୁକ୍ରବାର ଆଉ ୧୧୬ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଉକ୍ତ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ରେ ପହଞ୍ଚତ୍ଛି। ଗୁରୁବାର ସେଠାରେ ୬୬ ପଜିଟିଭ୍‌ ଚିହ୍ନଟ ହେବା ପରେ ଅନ୍ୟମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା ବୋଲି ଧରଓ୍ବାଦର ଉପକମିଶନର ନିତେଶ ପାଟିଲ କହିଛନ୍ତି। ଗତ ୧୭ ତାରିଖରେ କଲେଜରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାଙ୍କ ସହ ସେମାନଙ୍କର ଅଭିଭାବକମାନେ ଯୋଗଦେଇଥିଲେ। ସେମାନଙ୍କୁ ମଧ୍ୟ କୋଭିଡ୍‌ ପରୀକ୍ଷା କରାଇନେବାକୁ ପରାମର୍ଶ ଦିଆଯାଇଛି।

Share