ଶିଳ୍ପୀଗ୍ରାମ ଘୋଷଣା ଶୀତଳଭଣ୍ଡାରରେ

ନୟାଗଡ଼ ଅଫିସ/ଖଣ୍ଡପଡ଼ା,୧୩।୨(ସ୍ବ.ପ୍ର.): ଉତ୍କର୍ଷ ତଥା ଆକର୍ଷଣୀୟ କଂସାବାସନ ଓ ପିତ୍ତଳରେ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ପ୍ରସ୍ତୁତି କରିବାରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଓ ଖଳିସାହି ଗାଁ ପ୍ରସିଦ୍ଧିଲାଭ କରିଛି। ଏ ପରିପ୍ରେକ୍ଷୀରେ ପୁରୀ ଜିଲା ରଘୁରାଜପୁର ଗାଁ ପରି କଣ୍ଟିଲୋ ଓ ଖଳିସାହିକୁ ଶିଳ୍ପୀଗ୍ରାମ ଘୋଷଣା କରିବାକୁ ଦାବି ହୋଇ ଆସୁଛି। ହେଲେ ୨୦ବର୍ଷ ତଳର ଏହି ଦାବିକୁ କେନ୍ଦ୍ର ସରକାର ଉପେକ୍ଷା କରି ଚାଲିଥିବାରୁ ଶିଳ୍ପୀଗ୍ରାମ ମାନ୍ୟତା ଦାବି ଶୀତଳଭଣ୍ଡାରରେ ରହିଯାଇଛି। ଅନ୍ୟପକ୍ଷେ କଣ୍ଟିଲୋରେ ଏକ ଶିଳ୍ପୀଗ୍ରାମ ପ୍ରତିଷ୍ଠା ପାଇଁ ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଦୀର୍ଘବର୍ଷ ହେଲା ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ୨୦୧୮ରେ ବିଧାନସଭା ପ୍ରଶ୍ନୋତ୍ତର ସମୟରେ କଣ୍ଟିଲୋଠାରେ ଏକ ଶିଳ୍ପୀଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ତତ୍‌କାଳୀନ ଖଣ୍ଡପଡ଼ା ବିଧାୟକ ପଟ୍ଟନାୟକ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ଉତ୍ତରରେ ତତ୍‌କାଳୀନ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କଣ୍ଟିଲୋରେ ଥିବା ପୁରାତନ କଂସା, ପିତ୍ତଳ କାରିଗରମାନଙ୍କ ଉନ୍ନତି, ବିକ୍ରି ପାଇଁ ଓ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ହସ୍ତଶିଳ୍ପ ବିଷୟରେ ଜଣାଇବାକୁ ଏବଂ ଶିଳ୍ପୀଗ୍ରାମ(କ୍ରାଫ୍ଟ ଭିଲେଜ) ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ହେଲେ ଏହାର ଅଗ୍ରଗତି ନେଇ ଜଣାପଡୁନି।
ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାରେ କଣ୍ଟିଲୋ ନାଁ ଯୋଡି ହୋଇଥିବା ପ୍ରମାଣ ରହିଛି। ଏଠାରୁ କଂସା ଓ ପିତ୍ତଳରେ ନିର୍ମିତ ନିତ୍ୟ ବ୍ୟବହାର୍ଯ୍ୟ ତଥା ଘର ଉପକରଣ ସାମଗ୍ରୀ ସୁମାତ୍ରା, ବାଲି, ଜାଭା, ବୋର୍ନିଓ ପ୍ରଭୃତି ଦେଶଗୁଡିକୁ ପୂର୍ବରୁ ରପ୍ତାନି ହେଉଥିଲା ବୋଲି କିମ୍ବଦନ୍ତୀ ଅଛି। ନିକଟରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ସରକାରୀ କାର୍ଯ୍ୟକ୍ରମରେ ଭିଏଟ୍‌ନାମ ଯାଇଥିବାବେଳେ କଣ୍ଟିଲୋର କଂସାବାସନ ଏବଂ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ଦେଖି ଖୁସି ହୋଇଥିଲେ। ସେହିଭଳି କଣ୍ଟିଲୋ ପରି ଖଳିସାହିର କଂସାବାସନ ମଧ୍ୟ କଟକ, ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, କୋଲକତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଆମେରିକା ପରି ଦେଶ ବିଦେଶରେ ଚାହିଦା ରହିଛି। ତେବେ ଦୁର୍ଦ୍ଦଶାରେ ଓଡ଼ିଶାର କଂସାରୀ ସମାଜ ଗତି କରୁଛି ବୋଲି ଅଭିଯୋଗ ହୋଇ ଆସୁଛି। ଏହି ହସ୍ତଶିିଳ୍ପ କାରିଗରଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁୁ କଣ୍ଟିଲୋ, ଖଳିସାହି, ଶରଣକୁଳ, ଇଟାମାଟି, ରାଜସୁନାଖଳା, ପୁରୀ ଜିଲାର ବାଳକାଟି, ଭଇଁଚୁଆ, କଟକ ଜିଲାର ଭଟ୍ଟିମୁଣ୍ଡା, ବିନ୍ଧାଣିମା, ଢେଙ୍କାନାଳର ଭୁବନ, ଇନ୍ଦୁପୁର, ଓଉଖମା ଆଦି ଅଞ୍ଚଳରୁ କର୍ମସଂସ୍ଥାନ ପାଇଁ ସେମାନେ ଅନ୍ୟତ୍ର ଚାଲି ଯାଉଛନ୍ତି। କାହିଁକି ହସ୍ତଶିଳ୍ପ କାରିଗର ବୃତ୍ତି ଛାଡୁଛନ୍ତି ସେନେଇ ସମୀକ୍ଷା ହେଉନି। କ’ଣ କରାଗଲେ ଏହି ଶିଳ୍ପର ବିକାଶ ହେବ ସେନେଇ ପଦକ୍ଷେପ ନିଆଯାଉନାହିଁ। କେବଳ ସମୃଦ୍ଧିକୁ ନେଇ ଗର୍ବ କରିବା ବ୍ୟତିରେକେ ଆଉ କିଛି ନାହିଁ। ଏ ନେଇ ନିଖିଳ ଉକତ୍ଳ କଂସାରୀ ସମାଜର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା ଓ ଜିଲା ଶିଳ୍ପୀ ମହାସଂଘର ସଭାପତି ଦଣ୍ଡପାଣି ସାହୁ କୁହନ୍ତି, ପୁରାତନ ଐତିହ୍ୟକୁ ଉଜ୍ଜୀବିତ କରିବାକୁ ସରକାର ପଦକ୍ଷେପ ନେଉଥିବା କୁହାଯାଉଥିଲେ ହେଁ ଆନ୍ତରିକତା ଥିବା ପରି ମନେହେଉନାହିଁ। ନୂତନ ପଦ୍ଧତି ସମ୍ପର୍କରେ ସଚେତନ ସୃଷ୍ଟି କରିବା ଓ ତାଲିମ ଶିକ୍ଷା କେନ୍ଦ୍ରରେ ଜ୍ଞାନ କୌଶଳ ପ୍ରଦାନ କରିବା ଦିଗରେ ସରକାରୀ ସ୍ତରରେ ଯୋଜନାମାନ ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ ନାବାର୍ଡ ପକ୍ଷରୁ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇ କଣ୍ଟିଲୋଠାରେ ୬୦ ଜଣ ଯୁବ କାରିଗରଙ୍କୁ ତାଲିମ ପ୍ରଦାନ କରାଯାଇଛି। ମାତ୍ର ତାଲିମର ପରବର୍ତ୍ତୀ କାଯର୍‌ୟକ୍ରମ ସମ୍ପର୍କରେ ପଦକ୍ଷେପ ନାହିଁ। ଏଣୁ ତାଲିମ ନେଇଥିବା କାରିଗରଙ୍କୁ ଏକାଠି କରି ନୂତନ ଜ୍ଞାନକୌଶଳ ପଦ୍ଧତିରେ କଂସା ପିତ୍ତଳ ବାସନ ଶିଳ୍ପର ଅଭିବୃଦ୍ଧି ଓ ଏହାର ବ୍ୟବସାୟ ପାଇଁ ବ୍ୟବସ୍ଥା କରିପାରିଲେ ଶିଳ୍ପର ବିକାଶ ହୋଇ ପାରନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri