ଶିଳ୍ପୀଗ୍ରାମ ଘୋଷଣା ଶୀତଳଭଣ୍ଡାରରେ

ନୟାଗଡ଼ ଅଫିସ/ଖଣ୍ଡପଡ଼ା,୧୩।୨(ସ୍ବ.ପ୍ର.): ଉତ୍କର୍ଷ ତଥା ଆକର୍ଷଣୀୟ କଂସାବାସନ ଓ ପିତ୍ତଳରେ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ପ୍ରସ୍ତୁତି କରିବାରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଓ ଖଳିସାହି ଗାଁ ପ୍ରସିଦ୍ଧିଲାଭ କରିଛି। ଏ ପରିପ୍ରେକ୍ଷୀରେ ପୁରୀ ଜିଲା ରଘୁରାଜପୁର ଗାଁ ପରି କଣ୍ଟିଲୋ ଓ ଖଳିସାହିକୁ ଶିଳ୍ପୀଗ୍ରାମ ଘୋଷଣା କରିବାକୁ ଦାବି ହୋଇ ଆସୁଛି। ହେଲେ ୨୦ବର୍ଷ ତଳର ଏହି ଦାବିକୁ କେନ୍ଦ୍ର ସରକାର ଉପେକ୍ଷା କରି ଚାଲିଥିବାରୁ ଶିଳ୍ପୀଗ୍ରାମ ମାନ୍ୟତା ଦାବି ଶୀତଳଭଣ୍ଡାରରେ ରହିଯାଇଛି। ଅନ୍ୟପକ୍ଷେ କଣ୍ଟିଲୋରେ ଏକ ଶିଳ୍ପୀଗ୍ରାମ ପ୍ରତିଷ୍ଠା ପାଇଁ ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଦୀର୍ଘବର୍ଷ ହେଲା ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ୨୦୧୮ରେ ବିଧାନସଭା ପ୍ରଶ୍ନୋତ୍ତର ସମୟରେ କଣ୍ଟିଲୋଠାରେ ଏକ ଶିଳ୍ପୀଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ତତ୍‌କାଳୀନ ଖଣ୍ଡପଡ଼ା ବିଧାୟକ ପଟ୍ଟନାୟକ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ଉତ୍ତରରେ ତତ୍‌କାଳୀନ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କଣ୍ଟିଲୋରେ ଥିବା ପୁରାତନ କଂସା, ପିତ୍ତଳ କାରିଗରମାନଙ୍କ ଉନ୍ନତି, ବିକ୍ରି ପାଇଁ ଓ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ହସ୍ତଶିଳ୍ପ ବିଷୟରେ ଜଣାଇବାକୁ ଏବଂ ଶିଳ୍ପୀଗ୍ରାମ(କ୍ରାଫ୍ଟ ଭିଲେଜ) ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ହେଲେ ଏହାର ଅଗ୍ରଗତି ନେଇ ଜଣାପଡୁନି।
ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାରେ କଣ୍ଟିଲୋ ନାଁ ଯୋଡି ହୋଇଥିବା ପ୍ରମାଣ ରହିଛି। ଏଠାରୁ କଂସା ଓ ପିତ୍ତଳରେ ନିର୍ମିତ ନିତ୍ୟ ବ୍ୟବହାର୍ଯ୍ୟ ତଥା ଘର ଉପକରଣ ସାମଗ୍ରୀ ସୁମାତ୍ରା, ବାଲି, ଜାଭା, ବୋର୍ନିଓ ପ୍ରଭୃତି ଦେଶଗୁଡିକୁ ପୂର୍ବରୁ ରପ୍ତାନି ହେଉଥିଲା ବୋଲି କିମ୍ବଦନ୍ତୀ ଅଛି। ନିକଟରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ସରକାରୀ କାର୍ଯ୍ୟକ୍ରମରେ ଭିଏଟ୍‌ନାମ ଯାଇଥିବାବେଳେ କଣ୍ଟିଲୋର କଂସାବାସନ ଏବଂ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ଦେଖି ଖୁସି ହୋଇଥିଲେ। ସେହିଭଳି କଣ୍ଟିଲୋ ପରି ଖଳିସାହିର କଂସାବାସନ ମଧ୍ୟ କଟକ, ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, କୋଲକତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଆମେରିକା ପରି ଦେଶ ବିଦେଶରେ ଚାହିଦା ରହିଛି। ତେବେ ଦୁର୍ଦ୍ଦଶାରେ ଓଡ଼ିଶାର କଂସାରୀ ସମାଜ ଗତି କରୁଛି ବୋଲି ଅଭିଯୋଗ ହୋଇ ଆସୁଛି। ଏହି ହସ୍ତଶିିଳ୍ପ କାରିଗରଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁୁ କଣ୍ଟିଲୋ, ଖଳିସାହି, ଶରଣକୁଳ, ଇଟାମାଟି, ରାଜସୁନାଖଳା, ପୁରୀ ଜିଲାର ବାଳକାଟି, ଭଇଁଚୁଆ, କଟକ ଜିଲାର ଭଟ୍ଟିମୁଣ୍ଡା, ବିନ୍ଧାଣିମା, ଢେଙ୍କାନାଳର ଭୁବନ, ଇନ୍ଦୁପୁର, ଓଉଖମା ଆଦି ଅଞ୍ଚଳରୁ କର୍ମସଂସ୍ଥାନ ପାଇଁ ସେମାନେ ଅନ୍ୟତ୍ର ଚାଲି ଯାଉଛନ୍ତି। କାହିଁକି ହସ୍ତଶିଳ୍ପ କାରିଗର ବୃତ୍ତି ଛାଡୁଛନ୍ତି ସେନେଇ ସମୀକ୍ଷା ହେଉନି। କ’ଣ କରାଗଲେ ଏହି ଶିଳ୍ପର ବିକାଶ ହେବ ସେନେଇ ପଦକ୍ଷେପ ନିଆଯାଉନାହିଁ। କେବଳ ସମୃଦ୍ଧିକୁ ନେଇ ଗର୍ବ କରିବା ବ୍ୟତିରେକେ ଆଉ କିଛି ନାହିଁ। ଏ ନେଇ ନିଖିଳ ଉକତ୍ଳ କଂସାରୀ ସମାଜର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା ଓ ଜିଲା ଶିଳ୍ପୀ ମହାସଂଘର ସଭାପତି ଦଣ୍ଡପାଣି ସାହୁ କୁହନ୍ତି, ପୁରାତନ ଐତିହ୍ୟକୁ ଉଜ୍ଜୀବିତ କରିବାକୁ ସରକାର ପଦକ୍ଷେପ ନେଉଥିବା କୁହାଯାଉଥିଲେ ହେଁ ଆନ୍ତରିକତା ଥିବା ପରି ମନେହେଉନାହିଁ। ନୂତନ ପଦ୍ଧତି ସମ୍ପର୍କରେ ସଚେତନ ସୃଷ୍ଟି କରିବା ଓ ତାଲିମ ଶିକ୍ଷା କେନ୍ଦ୍ରରେ ଜ୍ଞାନ କୌଶଳ ପ୍ରଦାନ କରିବା ଦିଗରେ ସରକାରୀ ସ୍ତରରେ ଯୋଜନାମାନ ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ ନାବାର୍ଡ ପକ୍ଷରୁ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇ କଣ୍ଟିଲୋଠାରେ ୬୦ ଜଣ ଯୁବ କାରିଗରଙ୍କୁ ତାଲିମ ପ୍ରଦାନ କରାଯାଇଛି। ମାତ୍ର ତାଲିମର ପରବର୍ତ୍ତୀ କାଯର୍‌ୟକ୍ରମ ସମ୍ପର୍କରେ ପଦକ୍ଷେପ ନାହିଁ। ଏଣୁ ତାଲିମ ନେଇଥିବା କାରିଗରଙ୍କୁ ଏକାଠି କରି ନୂତନ ଜ୍ଞାନକୌଶଳ ପଦ୍ଧତିରେ କଂସା ପିତ୍ତଳ ବାସନ ଶିଳ୍ପର ଅଭିବୃଦ୍ଧି ଓ ଏହାର ବ୍ୟବସାୟ ପାଇଁ ବ୍ୟବସ୍ଥା କରିପାରିଲେ ଶିଳ୍ପର ବିକାଶ ହୋଇ ପାରନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri