Posted inଜାତୀୟ

ମୂର୍ତ୍ତିକାର କନୟି କୁହ୍ନିରମଣ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାରଙ୍କ ସବୋର୍ଚ୍ଚ ସମ୍ମାନ…

ଥିରୁଭାନନ୍ତପୁରମ୍‌,୧।୧୧ : ମୂର୍ତ୍ତିକାର କନୟି କୁହ୍ନିରମଣ କେରଳ ସରକାରଙ୍କ ସର୍ବୋଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନୀତ କୁହ୍ନିରମଣଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରଙ୍କ ଦ୍ୱାରା ରାଜ୍ୟର ସର୍ବୋଚ୍ଚ ସମ୍ମାନ ଘୋଷଣା କରାଯାଇଥିଲା। କିନ୍ତୁ କୁହ୍ନିରମଣ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପୁରସ୍କାର ଭଲ କିନ୍ତୁ ମୋର ମୂର୍ତ୍ତି ଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନୁହେଁ ।

ସେ ଅଭିଯୋଗ କରିଛନ୍ତି ଯେ କର୍ତ୍ତୃପକ୍ଷ ତାଙ୍କର ପ୍ରତିଷ୍ଠିତ ମୂର୍ତ୍ତିଗୁଡ଼ିକର ଠିକ ଭାବରେ ରକ୍ଷାଣବେକ୍ଷଣ କରୁ ନାହାନ୍ତି। ଫଳରେ ସେଗୁଡ଼gିକର ସୌନ୍ଦର୍ଯ୍ୟକୁ ନଷ୍ଟ ହେଉଛି। ସରକାରଙ୍କ ଅବହେଳା ହେତୁ ତାଙ୍କ ମୂର୍ତ୍ତି ଗୁଡ଼ିକୁ ଅଣଦେଖା କରାଯାଉଛି। ମୁଁ ଜଣେ ମା ପରି ଅନୁଭବ କରୁଛି ମୋ ପିଲାମାନେ ହଇରାଣ ହେଉଛନ୍ତି। ଏହିପରି ମାନସିକ ଯନ୍ତ୍ରଣା ଦେଇ ଗତି କଲାବେଳେ ମୁଁ ସମ୍ମାନ ଗ୍ରହଣ କରିପାରିବି ନାହିଁ ।

କେରଳ ଶ୍ରୀ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ତାଙ୍କ ଦ୍ୱାରା ନିର୍ମିତ ସାଗର କନ୍ୟା (ଜଳପରୀ) ଚମତ୍କାର ମୂର୍ତ୍ତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଶଙ୍ଖମୁଖମରେ ଅବସ୍ଥିତ ସାଗର କନ୍ୟା ମୂର୍ତ୍ତିକୁ ଅବହେଳା କରାଯାଉଥିବା ନେଇ ସେ କହିଛନ୍ତି ଯେ ପ୍ରତିମା ନିକଟରେ ଏକ ହେଲିକପ୍ଟର ସଂରଚନା ସ୍ଥାପନ କରାଯାଇଛି । ଫଳରେ ମୋର ମୂର୍ତ୍ତିର ଗୌରବ ନଷ୍ଟ ହୋଇଯାଇଛି।

ଏଭଳି ପରିସ୍ଥିତିରେ ମୁଁ ସମ୍ମାନକୁ କିପରି ଗ୍ରହଣ କରିପାରିବି? ଏହି ସବୁ ଦେଖିବା ପରେ ମୁଁ କାହିଁକି ଏହା ଗ୍ରହଣ କରିବି? ସମ୍ମାନ ମାଧ୍ୟମରେ ମୋର ସମସ୍ୟା ସମାଧାନ ହେବ ନାହିଁ। ମୁଁ ଏପରି ସମ୍ମାନ ଚାହେଁ ନାହିଁ । ମୋର ମୂର୍ତ୍ତିଗୁଡିକର ଭଲ ଭାବରେ ରକ୍ଷଣାବେକ୍ଷଣ କରାଯିବା ଉଚିତ, ଏହା ମୁଁ ଚାହେଁ ।

ସେ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ସମସ୍ୟାର ସମାଧାନ କରିବେ ବୋଲି ନିଶ୍ଚିତ ହୋଇଥିଲି। ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥି ସହ ସେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ କଡକମ୍ପଲି ସୁରେନ୍ଦ୍ରନଙ୍କୁ ସମାଲୋଚନା କରଛନ୍ତି। ମୂର୍ତ୍ତି ଚାରିପାଖରେ ସ୍ଥାପିତ ଅନ୍ୟ ମୂର୍ତ୍ତିଗୁଡ଼ିକ ପାଇଁ ସେ କଡକମ୍ପଲିଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri