Posted inଜାତୀୟ

ମୂର୍ତ୍ତିକାର କନୟି କୁହ୍ନିରମଣ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାରଙ୍କ ସବୋର୍ଚ୍ଚ ସମ୍ମାନ…

ଥିରୁଭାନନ୍ତପୁରମ୍‌,୧।୧୧ : ମୂର୍ତ୍ତିକାର କନୟି କୁହ୍ନିରମଣ କେରଳ ସରକାରଙ୍କ ସର୍ବୋଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନୀତ କୁହ୍ନିରମଣଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରଙ୍କ ଦ୍ୱାରା ରାଜ୍ୟର ସର୍ବୋଚ୍ଚ ସମ୍ମାନ ଘୋଷଣା କରାଯାଇଥିଲା। କିନ୍ତୁ କୁହ୍ନିରମଣ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପୁରସ୍କାର ଭଲ କିନ୍ତୁ ମୋର ମୂର୍ତ୍ତି ଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନୁହେଁ ।

ସେ ଅଭିଯୋଗ କରିଛନ୍ତି ଯେ କର୍ତ୍ତୃପକ୍ଷ ତାଙ୍କର ପ୍ରତିଷ୍ଠିତ ମୂର୍ତ୍ତିଗୁଡ଼ିକର ଠିକ ଭାବରେ ରକ୍ଷାଣବେକ୍ଷଣ କରୁ ନାହାନ୍ତି। ଫଳରେ ସେଗୁଡ଼gିକର ସୌନ୍ଦର୍ଯ୍ୟକୁ ନଷ୍ଟ ହେଉଛି। ସରକାରଙ୍କ ଅବହେଳା ହେତୁ ତାଙ୍କ ମୂର୍ତ୍ତି ଗୁଡ଼ିକୁ ଅଣଦେଖା କରାଯାଉଛି। ମୁଁ ଜଣେ ମା ପରି ଅନୁଭବ କରୁଛି ମୋ ପିଲାମାନେ ହଇରାଣ ହେଉଛନ୍ତି। ଏହିପରି ମାନସିକ ଯନ୍ତ୍ରଣା ଦେଇ ଗତି କଲାବେଳେ ମୁଁ ସମ୍ମାନ ଗ୍ରହଣ କରିପାରିବି ନାହିଁ ।

କେରଳ ଶ୍ରୀ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ତାଙ୍କ ଦ୍ୱାରା ନିର୍ମିତ ସାଗର କନ୍ୟା (ଜଳପରୀ) ଚମତ୍କାର ମୂର୍ତ୍ତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଶଙ୍ଖମୁଖମରେ ଅବସ୍ଥିତ ସାଗର କନ୍ୟା ମୂର୍ତ୍ତିକୁ ଅବହେଳା କରାଯାଉଥିବା ନେଇ ସେ କହିଛନ୍ତି ଯେ ପ୍ରତିମା ନିକଟରେ ଏକ ହେଲିକପ୍ଟର ସଂରଚନା ସ୍ଥାପନ କରାଯାଇଛି । ଫଳରେ ମୋର ମୂର୍ତ୍ତିର ଗୌରବ ନଷ୍ଟ ହୋଇଯାଇଛି।

ଏଭଳି ପରିସ୍ଥିତିରେ ମୁଁ ସମ୍ମାନକୁ କିପରି ଗ୍ରହଣ କରିପାରିବି? ଏହି ସବୁ ଦେଖିବା ପରେ ମୁଁ କାହିଁକି ଏହା ଗ୍ରହଣ କରିବି? ସମ୍ମାନ ମାଧ୍ୟମରେ ମୋର ସମସ୍ୟା ସମାଧାନ ହେବ ନାହିଁ। ମୁଁ ଏପରି ସମ୍ମାନ ଚାହେଁ ନାହିଁ । ମୋର ମୂର୍ତ୍ତିଗୁଡିକର ଭଲ ଭାବରେ ରକ୍ଷଣାବେକ୍ଷଣ କରାଯିବା ଉଚିତ, ଏହା ମୁଁ ଚାହେଁ ।

ସେ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ସମସ୍ୟାର ସମାଧାନ କରିବେ ବୋଲି ନିଶ୍ଚିତ ହୋଇଥିଲି। ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥି ସହ ସେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ କଡକମ୍ପଲି ସୁରେନ୍ଦ୍ରନଙ୍କୁ ସମାଲୋଚନା କରଛନ୍ତି। ମୂର୍ତ୍ତି ଚାରିପାଖରେ ସ୍ଥାପିତ ଅନ୍ୟ ମୂର୍ତ୍ତିଗୁଡ଼ିକ ପାଇଁ ସେ କଡକମ୍ପଲିଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri