୩ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ

ଭୁବନେଶ୍ୱର, (ଅଭିଜିତ ଦାସ)/ବଲାଙ୍ଗୀର (ବୀରେନ୍ଦ୍ର ଝାଙ୍କର) /ବରଗଡ (ପ୍ରେମାନନ୍ଦ ଖମାରୀ) /ସୁନ୍ଦରଗଡ,୧୬।୯ (ଜୟ ନାରାୟଣ ମେଣ୍ଡୁଳି): ରାଜ୍ୟରେ ଏବେ ଡେଙ୍ଗୁ ସହ ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ଗତ କିଛିଦିନ ହେବ ଚିଗର ନାମକ ବିଷାକ୍ତ ପୋକ କାମୁଡାରୁ ଏହି ସ୍କ୍ରବ ଟାଇଫସ୍‌ ରୋଗ ରାଜ୍ୟରେ ବ୍ୟାପୁଥିବାବେଳେ ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାବେଳେ ୬ଜଣଙ୍କ ଜୀବନ ଯାଇଛି। ତେବେ ଏହାକୁ ନେଇ ବରଗଡ, ସୁନ୍ଦରଗଡ ଓ ବଲାଙ୍ଗୀର ଜିଲାରେ ଏକପ୍ରକାର ଆତଙ୍କିତ ପରିସ୍ଥିତି ଲାଗି ରହିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ହସ୍ପିଟାଲରେ ଆଣ୍ଟିବାୟୋଟିକ୍‌ ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ରୋଗରେ ବରଗଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଦିନ ତଳେ ସୁନ୍ଦରଗଡରେ ଜଣଙ୍କର ଜୀବନ ଯାଇଛି। ଗତ ୧୩ ତାରିଖ ସୁଦ୍ଧା ବରଗଡ ଜିଲାରେ ୧୭୮ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୪ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ୧୪ ତାରିଖ ସୁଦ୍ଧା ବଲାଙ୍ଗୀର ଜିଲାରେ ୪୮୦ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୮୦ ଜଣ ଓ ସୁନ୍ଦରଗଡ ଜିଲାରେ ୮୨୩ ରକ୍ତ ନମୁନାରୁ ୧୬୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ ଜିଲାର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାହ୍ନୁ ଚରଣ ନାୟକ କହିଛନ୍ତି, ଜିଲାରେ ଜଣେ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଛି। ବର୍ତ୍ତମାନ ଜିଲାର ମଝାପଡା ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଅନ୍ୟପକ୍ଷରେ ସ୍କ୍ରବ୍‌ ଟାଇଫସ୍‌ ବ୍ୟାପିବାକୁ ରୋକିବା ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଗତ ୧୩ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାର ସିଡିଏମ୍‌ଓଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ହସ୍ପିଟାଲରେ ଟେଷ୍ଟିଂ କିଟ୍‌ ଓ ଔଷଧ ମହଜୁଦ୍‌ ରଖିବା ସହ ଡାକ୍ତରୀ ଦଳଙ୍କ ଦ୍ୱାରା ରୋଗର ସର୍ଭେଲାନ୍ସ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସ୍କ୍ରବ ଟାଇଫସ ରୋଗ ବର୍ତ୍ତମାନ ସର୍ଭେଲାନ୍ସ ଭିତରେ ରହିଛି। ଗତବର୍ଷ ୧୦ ହଜାର ସ୍କ୍ରବ୍‌ ଟାଇଫସ ଟେଷ୍ଟ ହୋଇଥିଲା। ଚଳିତବର୍ଷ ଜୁଲାଇ ସୁଦ୍ଧା ୮ ହଜାରରୁ ଅଧିକ ଟେଷ୍ଟ ହୋଇସାରିଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସବୁ ଜିଲାରୁ ସ୍କ୍ରବ ଟାଇଫସ କେସ୍‌ ଆସୁଛି। ତେବେ ଗତବର୍ଷ କେନ୍ଦୁଝର ଜିଲାରୁ ସର୍ବାଧିକ କେସ୍‌ ଆସିଥିବାବେଳେ ଚଳିତବର୍ଷ ବରଗଡ, ବଲାଙ୍ଗୀର ଓ ସୁନ୍ଦରଗଡ ଜିଲାରୁ ଆସୁଛି। ପ୍ରତି ଜିଲାର ଡାକ୍ତରମାନଙ୍କୁ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସ୍କ୍ରବ ଟାଇଫସ ରୋଗରେ ମୃତ୍ୟୁ ହୋଇଥିବା ମୃତକଙ୍କ ରିପୋର୍ଟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ଏହି ରୋଗ ସାଧାରଣତଃ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା ହେବା। ପୋକ କାମୁଡିବାର ୩ ସପ୍ତାହ ମଧ୍ୟରେ ଜ୍ୱର ହୁଏ । ୧୦ ଦିନ ଭିତରେ ଜ୍ୱର ଭଲ ହେବା କଥା। ଯଦି ଜ୍ୱର ଭଲ ନ ହୁଏ, ରୋଗ ଜଟିଳ ହେଲେ ମୃତ୍ୟୁ ଆଶଙ୍କା ରହିଛି। ଏହା ଯୋଗୁ ନିମୋନିଆ, କିଡନୀ, ଲିଭର ଓ ବ୍ରେନ୍‌ ଆଫେକ୍ଟ ହେବାର ଅଧିକ ଆଶଙ୍କା ରହିଛି। ଏଣୁ ବିଲ ବାଡିରେ କାମ କରୁଥିବା ଲୋକ, ଜଙ୍ଗଲ ଯାଉଥିବା ଲୋକ ଫୁଲ୍‌ ହାତ ଶାର୍ଟ ପିନ୍ଧନ୍ତୁ ଓ ସତର୍କ ରୁହନ୍ତୁ ବୋଲି ଡା. ମିଶ୍ର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri