କେନ୍ଦୁଝରରେ ବ୍ୟାପୁଛି ସ୍କ୍ରବ୍‌ ଟାଇଫସ୍‌

କେନ୍ଦୁଝର,୧୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ସ୍କ୍ରବ୍‌ ଟାଇଫସ ରୋଗୀଙ୍କ ସଂଖ୍ୟା ବଢୁଛି। ବିଶେଷ କରି ଚାଷୀ, ମୂଲିଆ ଲୋକମାନେ ବେଶି ଏହି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଜିଲାରେ ୬୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ୧୦ରୁ ଊର୍ଦ୍ଧ୍ୱ ଚିକିତ୍ସାଧୀନ ରହିଛନ୍ତି। ଜିଲାରେ ଡେଙ୍ଗୁ ଜ୍ୱରକୁ ନେଇ ଲୋକେ ଭୟଭୀତ ହୋଇପଡୁଥିବା ବେଳେ ଏବେ ଏହି ଅଜଣା ରୋଗର ଭୟ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି।
ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. କିଶୋର ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ମୁତାବକ, ରୋଗୀଙ୍କ ଜ୍ୱର ଅଧିକ ରହିଲେ ଏବଂ ଜ୍ୱର ଭଲ ନ ହେଲେ ଏହାର ପରୀକ୍ଷା କରାଯାଉଛି। ଏହା ସ୍କ୍ରବ୍‌ ଟାଇଫସ ପଜିଟିଭ ଜଣାପଡ଼ିଲେ ଚିକିତ୍ସା କରାଯାଉଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ଦେହର ତାପମାତ୍ରା ଅଧିକ ରହୁଛି। ଗତ ଜୁନ୍‌ରୁ ଏପର୍ଯ୍ୟନ୍ତ ସମୁଦାୟ ୧୭୩୧ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ଯାଞ୍ଚ କରାଯାଇଛି। ଏଲିସା ଓ ଷ୍ଟ୍ରିପ୍‌ ପ୍ରକ୍ରିୟାରେ ଯାଞ୍ଚ କରାଯାଇଥିବା ବେଳେ ସେଥିରୁ ୬୨୭ ଜଣଙ୍କ ପଜିଟିଭ ବାହାରିଛି। ଅଦ୍ୟାବଧି କେହି ଗୁରୁତର କିମ୍ବା ମୃତ୍ୟୁବରଣ କରି ନ ଥିବା ବେଳେ ମାଗଣାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବାରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଥିବା ସିଡିଏମ ପୃଷ୍ଟି କହିଛନ୍ତି। ଶୁକ୍ରବାର ଜିଲା ମୁଖ୍ୟ ଡାକ୍ତରଖାନାରେ ପାଖାପାଖି ବିଭିନ୍ନ ଓ୍ବାର୍ଡରେ ୧୦ ଜଣ ରୋଗୀ ଚିକିତ୍ସିତ ଥିବା ସୂଚନା ଦେଇଛନ୍ତି। ଏଥିପାଇଁ ଭୟଭିତ ନ ହେବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ କୁହାଯାଉଛି।
ପ୍ରକାଶ ଯେ, ଏକ ପ୍ରକାରର କୀଟ କାମୁଡ଼ିଲେ ଏହି ରୋଗ ହେଉଛି। ଏହାବ୍ୟତୀତ ଜଙ୍ଗଲ ବା ବିଲରେ ଯାତାୟାତ କରୁଥିବା ଲୋକଙ୍କୁ ଏହି କୀଟ କାମୁଡ଼ିବା ଦ୍ୱାରା ଏଭଳି ରୋଗ ହେଉଛି। ଯୋଡ଼ା, ତେଲକୋଇ, ହରିଚନ୍ଦନପୁର, ବାଂଶପାଳ ଆଦି ବଣପାହାଡ଼ ଘେରା ଅଞ୍ଚଳରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri