ପରଦା କଳାକୁ ପ୍ରୋତ୍ସାହନ ନାହିଁ

ଖୋର୍ଦ୍ଧା ଅଫିସ, ୧୦ା୩: ଏକଦା ପରଦା କଳାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ଗ୍ରାମ। ଏହି ଗ୍ରାମର ଉଦୟନାଥ ସାହୁଙ୍କ ଭଳି ପ୍ରତିଭାବାନ ଶିଳ୍ପୀଙ୍କ ହାତର ଯାଦୁରେ ଚମକୁଥିଲା କଳାକୃତି। ଦେଶ ବିଦେଶରେ ଏହାର ଚାହିଦା ରହିଥିଲା। ଏବେ କିନ୍ତୁ ଆବଶ୍ୟକ କଞ୍ଚାମାଲ ଓ ସରକାରୀ ସ୍ତରରେ ଉପଯୁକ୍ତ ପ୍ରୋତ୍ସାହନ ଅଭାବ କାରଣରୁ ପରଦା କଳା ହଜିଯିବାକୁ ବସିଲାଣି।
ପରଦା କଳାର ଜନକ ହେଉଛନ୍ତି ଉଦୟନାଥ ସାହୁ। ତାଙ୍କ ଅବଦାନ ଯୋଗୁ ପରଦା କଳାର ଗାଁ ଭାବେ ଧଳାପଥର ପରିଚୟ ପାଇପାରିଛି। ଲକ୍ଷ୍ମୀ ଓ ବିଦ୍ୟାଧର ସାହୁଙ୍କ ପୁତ୍ର ଉଦୟନାଥ ପିଲାବେଳୁ ଚିତ୍ରକଳା ପ୍ରତି ବିଶେଷ ଆକୃଷ୍ଟ ହୋଇଥିଲେ। ନିଜ ଚେଷ୍ଟାରେ ପ୍ରଥମେ ବୁଣାଲୁଗାରେ ଶ୍ରୀମନ୍ଦିରର ଏକ କଳାକୃତି ପ୍ରସ୍ତୁତ କରିଥିଲେ। ପରେ ସେ ବିଭିନ୍ନ କଳାକୃତି କରି ସଫଳତାର ଶିଡ଼ି ଚଢି ଚାଲିଥିଲେ। କୃତ୍ରିମ ଉପାୟରେ ଗଛର ଛେଲି, ପତ୍ର, ଫଳ ପ୍ରଭୃତିରୁ ସେ ରଙ୍ଗ ପ୍ରସ୍ତୁତ କରୁଥିଲେ। ସେ ବିଭିନ୍ନ ଶୈଳୀର ଶାଢ଼ି, ପାଟଲୁଗା, ବସ୍ତ୍ର ବୁଣୁଥିଲେ। ପରଦା କଳାକୁ ଲୋକପ୍ରିୟ କରାଇବା ଲାଗି ସେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରୁଥିଲେ। ପରଦାରେ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ଶାନ୍ତିସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶା ମାନଚିତ୍ର, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ, ଦେବଦେବୀ, ପଶୁପକ୍ଷୀ, ଗଛଲତା ପ୍ରଭୃତି ଆଙ୍କି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ। ଏସବୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା। ୧୯୪୬ ମସିହାରେ ତତ୍କାଳୀନ ଓଡ଼ିଶା ଗଭର୍ନର ତାଙ୍କୁ ସମ୍ମାନିତ କରିଥିଲେ। ୧୯୫୫ରେ ସେ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ପକ୍ଷରୁ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତ କଳାକୁ ଉଜ୍ଜୀବିତ ରଖିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ତେବେ ଉଦୟନାଥଙ୍କ ବିୟୋଗ ପରଠୁ ଏହି କଳା ଅଣଦେଖା ହୋଇପଡ଼ିଛି। ଆବଶ୍ୟକ କଞ୍ଚାମାଲ ମିଳୁ ନ ଥିବାବେଳେ ସରକାରୀ ସ୍ତରରେ ପ୍ରୋତ୍ସାହନ ଅଭାବ କାରଣରୁ ପରଦା କଳାରେ ପରଦା ପଡ଼ିବାକୁ ବସିଲାଣି। ଦିନେ ପରଦା କଳାକୁ ନେଇ ଗର୍ବ କରୁଥିବା ଧଳାପଥର ଗାଁ ଏବେ ନୂଆ ପରିଚୟ ଖୋଜୁଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

-ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri