୪ ବିଲିୟନ ଡଲାର ଦାନ କଲେ ସ୍କଟ

ଓ୍ବାଶିଂଟନ୍‌, ୧୭ା୧୨: ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ପତ୍ନୀ ମାକ୍‌ କେନ୍‌ଜି ସ୍କଟ ରିଲିଫ୍‌ ଫଣ୍ଡ ସହ ଅନ୍ୟାନ୍ୟ ଜରୁରିକାଳୀନ ସହାୟତା ନିମନ୍ତେ ଗତ ୪ ମାସରେ ପ୍ରାୟ ୪ ବିଲିୟନ ଡଲାର ଦାନ କରିଛନ୍ତି। ଏକ ବ୍ଲଗ୍‌ରେ ସ୍କଟ କହିଛନ୍ତି, ମହାମାରୀ କରୋନା ଯୋଗୁ ବହୁ ସଂଖ୍ୟାରେ ଆମେରିକାବାସୀ ଏବେ ସଂଘର୍ଷରତ। ସେମାନଙ୍କୁ ସହାୟତା ନିମନ୍ତେ ୫୦ ରାଜ୍ୟରେ ଥିବା ୩୮୪ ସଙ୍ଗଠନକୁ ସେ ଅର୍ଥ ଦାନ କରିଛନ୍ତି। ଗତ ବର୍ଷ ସ୍କଟ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ପାଣିପାଗ ପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ୟା, ତୃତୀୟ ଲିଙ୍ଗୀ ସମୁଦାୟର ଉନ୍ନତି ପାଇଁ ୧.୭ ବିଲିୟନ ଡଲାର ପ୍ରଦାନ କରିଥିବା କହିଥିଲେ।

Share