୩୩୦ କୋଟି ଦେଲେ ସ୍କଟ୍‌

ଆମେରିକାର ଶିକାଗୋ ସହରରେ ଥିବା ୨ଟି କଲେଜକୁ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ ୪୫ ମିଲିୟନ ଡଲାର (ପ୍ରାୟ ୩୩୦ କୋଟି ଟଙ୍କା) ଦାନ କରିଛନ୍ତି। ସିଟି କଲେଜ ଅଫ୍‌ ଶିକାଗୋର ଏକ ବ୍ରାଞ୍ଚ୍‌ କେନେଡି-କିଙ୍ଗ୍‌ କଲେଜକୁ ସ୍କଟ୍‌ ୫ ମିଲିୟନ ଡଲାର ଦେଇଛନ୍ତି। ୟୁନିଭର୍ସିଟି ଅଫ୍‌ ଇଲିନୋଏସ୍‌-ଚିକାଗୋ ସ୍କଟ୍‌ଙ୍କଠାରୁ ୪୦ ମିଲିୟନ ଡଲାର ଦାନ ଆକାରରେ ପାଇଛି। ଏ ପର୍ଯ୍ୟନ୍ତ ସ୍କଟ୍‌ ୨୮୬ ସଙ୍ଗଠନକୁ ୨.୭ ବିଲିୟନ ଡଲାର ଦାନ କରିସାରିଲେଣି।

Share