ଚାଲାଣ ସମୟରେ କାଠ ସହ ସ୍କର୍ପିଓ ଜବତ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ପାଟଣା ବନ ବିଭିଗ ଚଢ଼ାଉ କରି ଏକ ଶାଳ ଚୌକାଠ ବୋଝେଇ ସ୍କର୍ପିଓ ଜବତ କରିଛି।

ସୂଚନାନୁଯାୟୀ କେନ୍ଦୁଝର ପାର୍ଶ୍ୱ ଘଟଗାଁ ଆଡ଼କୁ କାଠ ବୋଝେଇ ସ୍କର୍ପିଓ ଯାଉଥିବା ସମୟରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ସ୍କର୍ପିଓରୁ ୭୫ ଖଣ୍ଡ ଶାଳ ଚୌକାଠ ଜବତ ହୋଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ରେଞ୍ଜର ଘାସିନାଥ ପାତ୍ର, ଫରେଷ୍ଟର ଚିତ୍ତରଞ୍ଜନ ପରଡ଼ା, ପାରା ଓ ଏଲିଫ୍ୟାଣ୍ଟ ସ୍କ୍ବାଡ ସାମିଲ ହୋଇଥିଲେ।