ଟ୍ରକକୁ ପିଟିଲା ସ୍କ୍ରର୍ପିଓ: ଚାଲିଗଲା ୨ ଜୀବନ, ୩ ଗୁରୁତର

ଭଦ୍ରକ,୨।୪(ସନାତନ ରାଉତ): ୧୬ନଂ ଜାତୀୟ ରାଜପଥ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିଲା ସ୍କ୍ରପିଓ। ଘଟଣାସ୍ଥଳରେ ଡ୍ରାଇଭର ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୩ ଗୁରୁତରଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି l ସ୍କ୍ରପିଓ (ନଂ ଡବ୍ଲ୍ୟୁବି୨୪ଏୱାଇ ୮୨୩୪) ରେ ପଶ୍ଚିମବଙ୍ଗରୁ ୭ ଜଣ ପୁରୀ ଯାଉଥିଲେ ବୋଲି ଜଣାପଡିଛି।