ନଦୀବନ୍ଧକୁ ଖସିପଡ଼ି ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଭଣ୍ଡାରିପୋଖରୀ,(ରବିନାରାୟଣ ଖିଲାର)/ହାଟଡିହୀ(ଶୁଭକାନ୍ତ ନାୟକ),୧।୨-ଭଣ୍ଡାରିପୋଖରୀ ବ୍ଲକ ବନସ୍ତା ବୈତରଣୀ ନଦୀବନ୍ଧରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀପଦା ଥାନା ଅଧୀନ ମନୋହରପୁର ଗ୍ରାମର ମନୋରଞ୍ଜନ ଜେନା।

ସେ ଗୁରୁବାର ସ୍କୁଟିରେ ଆଖୁଆପଦା ଅଭିମୁଖେ ଆସୁଥିଲେ। କୌଣସି କାରଣ ବଶତଃ ସ୍କୁଟିଟି ନଦୀବନ୍ଧ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ମନୋରଞ୍ଜନ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।