Posted inଜାତୀୟ

୩୫ ଜଣ ଯାତ୍ରୀଙ୍କୁ ଛାଡି ୫ ଘଣ୍ଟା ପୂର୍ବରୁ ଉଡିଗଲା ବିମାନ

ଅମ୍ରିତସର,୧୯ ।୧: ପୁଣିଥରେ ହଟାହଟା ହେଲେ ବିମାନ ଯାତ୍ରୀ । ଅମ୍ରିତସରରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ତା’ର ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଯିବାରୁ ପ୍ରାୟ ୩୫ ଜଣ ଯାତ୍ରୀ ହଟହଟା ହୋଇଛନ୍ତି । ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଯେତେବେଳେ ଏହି ଯାତ୍ରୀମାନେ ଜାଣିବାକୁ ପାଇଥିଲେ କି ସେମାନଙ୍କ ବିମାନଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଉଡିଯାଇଛି ସେତେବେଳେ ବିମାନ ବନ୍ଦରରେ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା ।
ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସ୍କୁଟ ଏୟାରଲାଇନ୍ସର ସିଙ୍ଗାପୁର ଯିବାକୁ ଥିବା ଫ୍ଲାଇଟ ସନ୍ଧ୍ୟା ୭ଟା ୫୫ରେ ଯିବାର ଥିଲା । ହେଲେ ଯାତ୍ରୀମାନେ ଯେତେବେଳେ ଏୟରପୋର୍ଟରେ ପହଞ୍ଚିଥିଲେ ସେତେବେଳେ ଜଣାପଡିଥିଲା କି ବିମାନଟି କିଛି ଘଣ୍ଟା ପୂର୍ବରୁ ଉଡିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିମାନଟି ନିର୍ଦ୍ଧାରିତ ସମୟର ୫ ଘଣ୍ଟା ପୂର୍ବରୁ ଉଡିଯାଇଛି । ଅର୍ଥାତ ବିମାନଟି ସନ୍ଧ୍ୟା ୭ଟା ୫୫ ପରିବର୍ତ୍ତେ ଦିନ ୩ଟାରେ ସିଙ୍ଗାପୁର ବାହାରି ଯାଇଛି । ଏହାପରେ ୩୫ ଜଣ ଯାତ୍ରୀ ବିମାନ ବନ୍ଦରରେ ହୋହାଲ୍ଲା କରିଥିଲେ ।
ସ୍କୁଟ ଏୟାରଲାଇନ୍ସର ଅଧିକାରୀମାନେ କହିଛନ୍ତି ଏ ସମ୍ପର୍କରେ ସମସ୍ତ ଯାତ୍ରୀଙ୍କୁ ଇମେଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ସେଥିପାଇଁ ଅନେକ ଯାତ୍ରୀ ଠିକ ସମୟରେ ବିମାନ ବନ୍ଦରରେ ପହଞ୍ଚିଯାଇଥିଲେ । ହେଲେ ଯେଉଁମାନେ ଆସି ନ ଥିଲେ ସେମାନଙ୍କ ନାମ ଘୋଷଣା ହେଲା ପରେ ବି ସେମାନେ ସେଠାରେ ପହଞ୍ଚି ପାରି ନ ଥିଲେ । ତେଣୁ ବିମାନ ରିସୁଡ୍ୟୁଲ ଟାଇମରେ ହିଁ ଟେକଅପ କରିଥିଲା । ହେଲେ ଯାତ୍ରୀମାନେ ଅଭିଯୋଗ କରିଛନ୍ତି କି ଏ ସମ୍ପର୍କରେ ସେମାନଙ୍କୁ କୌଣସି ଇମେଲ ଆସିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri