ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍‌ ‘ନେମୋ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିନ୍ଦ୍ରାର ତିନିଚକିଆ ଯାନର ଡ୍ରାଇଭର (ଚାଳକ) ମାନଙ୍କ ପାଇଁ ଉକ୍ତ ଆପ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ମହିନ୍ଦ୍ରାର ପରିଚିତ କନେକ୍ଟେଡ୍‌ ମୋବିଲିଟି ଭିତ୍ତିଭୂମି ଆଧାରରେ ଏହି ଆପ୍‌କୁ ପ୍ରସ୍ତୁତ କରାଯାଇଛି। ସେହିଭଳି ରେଞ୍ଜକୁ ନେଇ ଉଦ୍‌ବେଗ ଆଦି ସମସ୍ୟାକୁ ଏହା ସମାଧାନ କରିବା ସହ ନିଜ ଚାର୍ଜିଂ ଯୋଜନା ପ୍ରସ୍ତୁତ କରିବାରେ ମଧ୍ୟ ଏହା ଗ୍ରାହକମାନଙ୍କ ଲାଗି ବେଶ୍‌ ସହାୟକ ହେବ। ଫଳରେ ସେମାନ (ଚାଳକ)ଙ୍କ ପରିଚାଳନା ଦକ୍ଷତାରେ ଉନ୍ନତି ହୋଇପାରିବ। ଏହା ଇଣ୍ଟରଆକ୍ଟିଭ୍‌ ଭିତ୍ତିକ ଏବଂ ମହିନ୍ଦ୍ରା ଟ୍ରିଓ ଅଟୋ, ଟ୍ରିଓ ଜୋର, ଜୋର ଗ୍ରାଣ୍ଡ୍‌ ଭଳି ଇଲେକ୍ଟ୍ରିକ୍‌ ତିନି ଚକିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଇଭ୍‌ ତଥ୍ୟ ପ୍ରଦାନ କରିବ। ସେହିପରି ଗ୍ରାହକମାନଙ୍କ ବ୍ୟାପକ ମତାମତ ଗ୍ରହଣ କରିବା ପରେ ନେମୋ ଆପ୍‌କୁ ପ୍ରସ୍ତୁତ କରାଯାଇଛି। ଇଲେକ୍ଟ୍ରିକ୍‌ ଯାନକୁ ଅଧିକ କନେକ୍ଟେଡ୍‌, ସହଜ ଓ ଚିନ୍ତାମୁକ୍ତ କରିବା ଲକ୍ଷ୍ୟ ନେଇ କମ୍ପାନୀ ପକ୍ଷରୁ ଏଭଳି ଏକ ଆପ୍‌ର ବିକାଶ କରାଯାଇଛି। ଅପରପକ୍ଷରେ ଗ୍ରାହକମାନେ ଆଣ୍ଡ୍ରଏଡ୍‌ ଫୋନ ଜରିଆରେ ଉକ୍ତ ଆପ୍‌କୁ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ। ଏ ସମ୍ପର୍କରେ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟିର ସିଇଓ ସୁମନ ମିଶ୍ର କହିଛନ୍ତି, ଚାଳକଙ୍କୁ ଏକ ଉପଯୁକ୍ତ ସମାଧାନର ଉପସ୍ଥାପନ କରି ମୁଁ ଅତ୍ୟନ୍ତ ଉଲ୍ଲସିତ ରହିଛି। ଏହା ଜରିଆରେ ଆମ ଚାଳକବନ୍ଧୁମାନେ ସେମାନଙ୍କ ହାତପାଆନ୍ତରେ ମହିନ୍ଦ୍ରା ଦୂରଦୂରାନ୍ତ ଇଭି ଗମନାଗମନକୁ ନିୟନ୍ତ୍ରଣ କରିପାରିବେ। ବାସ୍ତବ ସମୟ ତଥ୍ୟ ସହ ଇଭିକୁ ଗ୍ରହଣ କରିଥିବା ଲୋକମାନଙ୍କ ପାଇଁ ଗାଡ଼ି ଚାଳନାର ଢାଞ୍ଚାରେ ଉକ୍ତ ଆପ୍‌ ଉନ୍ନତି ଆଣିବ ଏବଂ ଠିକ୍‌ ତଥ୍ୟ ଜରିଆରେ ସେମାନଙ୍କ ଲାଭକୁ ବଢ଼ାଇବା ସହ ପରିବେଶ ମିତବ୍ୟୟିତା ଓ ନିରନ୍ତରତା ବାର୍ତ୍ତାର ପ୍ରଚାର କରିବ। ଉକ୍ତ ନେମୋ ଡ୍ରାଇଭର ଆପ୍‌ରେ ୧୧ପ୍ରକାର ପ୍ରମୁଖ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?