ଶୁଟିଂ ବେଳେ ଶୁଣିଥିଲେ ଗାଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍‌ ନିକଟରେ ଚଳଚ୍ଚିତ୍ର ‘ମିମି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ କ୍ରୀତି ଏକ ସାକ୍ଷାତ୍‌କାରରେ ତାଙ୍କ ପୁରୁଣା ଦିନକୁ ମନେପକାଇଛନ୍ତି। ସେ ମୁମ୍ବାଇରେ ଗ୍ରାଜୁଏଟ ମ୍ୟାନେଜମେଣ୍ଟ ଆଡ୍‌ମିଶନ ଟେଷ୍ଟ ପ୍ରସ୍ତୁତିର କୋଚିଂ ନେଉଥିଲେ। ସେତେବେଳେ ସେ ଏକକାଳୀନ ଚଳଚ୍ଚିତ୍ର ଏବଂ ମଡେଲିଂରେ ପ୍ରବେଶ ପାଇଁ ବି ପ୍ରସ୍ତୁତ ହେଉଥିଲେ। ତାଙ୍କର ପ୍ରଥମ ରାମ୍ପ ଶୋ’ର ଅନୁଭୂତି ବାବଦରେ ସେ କହିଛନ୍ତି। ତାହା ତାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଥିଲା। ସେ କିଛି ଭୁଲ କରିଥିଲେ। ଏଥିପାଇଁ ଜଣେ ମହିଳା କୋରିଓଗ୍ରାଫର ତାଙ୍କୁ ପ୍ରାୟ ୫୦ଜଣ ମଡେଲଙ୍କ ସାମ୍ନାରେ ତାଙ୍କୁ ଅତି କଠୋର ଭାବରେ ଗାଳି କରିଥିଲେ। ସେ ସେତେବେଳେ ବହୁତ କାନ୍ଦିଥିଲେ। ବହୁତ ମନଦୁଃଖ ବି ହୋଇଥିଲା। ସେ ସବୁକିଛି ଛାଡ଼ି ଘରେ ପହଞ୍ଚି ମା’ଙ୍କୁ ସବୁ କହିଥିଲେ। ହେଲେ ସେ ପରେ ମନକୁ ଦୃଢ଼ କରି ପୁଣି ତାଙ୍କ ଲକ୍ଷ୍ୟସ୍ଥଳକୁ ଫେରିଥିଲେ। ଏହାପରେ ସେ ଆଉ ସେହି କୋରିଓଗ୍ରାଫର ସହ କେବେ କାମ କରିନାହାନ୍ତି ବୋଲି କହିଛନ୍ତି।

Share