୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ସାମିଲ କରିଛନ୍ତି। ତାଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଆୟୋଜିତ SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଛନ୍ତି।

ଲୁକାଶେଙ୍କୋ କହିଛନ୍ତି ଯେ, ଦେଶଗୁଡ଼ିକ କେତେ ସମାନ ତାହା ନେଇ ତର୍କ କରିବାର କିଛି ଆବଶ୍ୟକତା ନାହିଁ। ତାଙ୍କ ମତରେ ଚାଇନା, ରୁଷିଆ ଓ ଭାରତଏହି ତିନି ଦେଶ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର। ସେ ଆହୁରି କହିଛନ୍ତି ଯେ ଏହି ତିନୋଟି ଦେଶ ଆର୍ଥିକ ଭାବେ ଶକ୍ତିଶାଳୀ ହେବା ସହ ପରମାଣୁ ଶକ୍ତିର ଅଧିକାରୀ। ତେବେ ତାଙ୍କ ଏହି ତାଲିକାରେ ଆମେରିକାର ନାମ ନଥିବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି।
SCO ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ଆତଙ୍କବାଦ ବିରୋଧୀ ଲଢ଼େଇରେ ଦୋହରା ମାନଦଣ୍ଡକୁ ଅସ୍ବୀକାର୍ଯ୍ୟ ବୋଲି କହିଛନ୍ତି। ଏନେଇ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ଦେଖିବାକୁ ମିଳିଛି।

ଏକ ମିଳିତ ବୟାନରେ SCO ସଦସ୍ୟ ଦେଶଗୁଡ଼ିକ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ଇରାନ ଉପରେ ଆମେରିକାର ଆକ୍ରମଣକୁ ନିନ୍ଦା କରାଯାଇଛି। ଏହି ମିଳିତ ବୟାନକୁ ‘ବିଶକେକ୍‌ ଘୋଷଣାପତ୍ର’ ନାମ ଦିଆଯାଇଛି।
SCOରେ ରୁଷିଆ, ଚାଇନା, ଭାରତ, ପାକିସ୍ତାନ, ଇରାନ, ବେଲାରୁସ, ଉଜବେକିସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ ଓ କିର୍ଗିଜସ୍ତାନ ସାମିଲ ଅଛନ୍ତି।

Odisha’s No.1 Odia Daily

Share