Categories: ଜାତୀୟ

ବିମାନରେ ସିଗାରେଟ୍‌ ଟାଣୁଥିଲେ ବଡି ବିଲ୍‌ଡର୍‌: ଭିଡିଓ ଭାଇରାଲ ପରେ ଯାଞ୍ଚ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୮:ଜଣାଶୁଣା ବଡି ବିଲଡର୍‌ ବବି କାଟାରିଆ ସ୍ପାଇଟ୍‌ଜେଟ୍‌ ବିମାନରେ ବସି ସିଗାରେଟ୍‌ ଟାଣୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ କରି ବବିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ କହୁଛନ୍ତି। ଗୁରୁବାର କେନ୍ଦ୍ର ମନ୍ତ୍ରୀ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭିଡିଓରେ, କାଟାରିଆ ସ୍ପାଇସଜେଟ ବିମାନର ମଝି ସିଟରେ ସିଗାରେଟ ଟାଣୁଥିବା ଦେଖାଯାଇଛି। ଇନଷ୍ଟାଗ୍ରାମରେ କାଟାରିଆର ୬.୩ ଲକ୍ଷ ଫଲୋଅର୍ସ ଅଛନ୍ତି। ବିମାନରେ ଯାତ୍ରୀମାନଙ୍କୁ ଧୂମପାନ କରିବାକୁ ମଧ୍ୟ ଅନୁମତି ନାହିଁ।
ସୂଚନାନୁସାରେ, ଧୂମପାନ ଘଟଣା ଦୁବାଇରୁ ଦିଲ୍ଲୀକୁ ଆସୁଥିବା ସ୍ପାଇସଜେଟର ଏସ୍‌ଜି୭୦୬ ବିମାନରେ ଘଟିଥିଲା। ଗୁରୁବାର ଏହି ଘଟଣାର ଭିଡିଓ ଟୁଇଟର୍‌ରେ ପୋଷ୍ଟ କରାଯିବା ପରେ ସିନ୍ଧିଆ କହିଛନ୍ତି, ଆମେ ଏହାର ଅନୁସନ୍ଧାନ କରୁଛୁ। ଏପରି ବିପଦପୂର୍ଣ୍ଣ ଆଚରଣ ପାଇଁ କୌଣସି କ୍ଷମା ନାହିଁ।

ବି.ଦ୍ର: ଧୂମପାନ ଶରୀର ପକ୍ଷେ ହାନିକାରକ

Share